Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy

3  

Bharatabandhu Biswal

Tragedy

ନିରାଶ୍ରୟ-ଦିଗହଜା ନାଉରୀ

ନିରାଶ୍ରୟ-ଦିଗହଜା ନାଉରୀ

1 min
162



ଭବ ସାଗରରେ ନାହିଁ ଥଳକୂଳ

ହଜିଯାଉଛି ବିଶ୍ୱାସ

ବିଷୟ ଜଞ୍ଜାଳ ବଡ଼ ବିକଟାଳ

ବିଷ କୁମ୍ଭ ପୟ ମୁଖ ।


ବୃତ୍ତି ଆଜୀବିକା ବୁଦ୍ଧି ଶିକ୍ଷା ଦୀକ୍ଷା

ସୁସଂସ୍କାର ଧର୍ମ ଜ୍ଞାନ

ମିଳେ ନାହିଁ ଠାବ ଦିଗହଜା ନାବ

ନାଉରୀ ତ ଚେତା ଶୂନ୍ୟ ।


ନୀତି ଆଦରଶ ହଜାଇ ମଣିଷ

ସ୍ୱେଚ୍ଛାଚାରୀ ଦୂରାଚାରୀ

ଜାବୁଡ଼ି ଧରୁଛି ଅନ୍ଧ ଅନ୍ଧକାର

ଆଲୋକକୁ ପଛ କରି ।


ଅନୀତି ଦୁର୍ନୀତି ଖଚ ମିଛ ଲାଞ୍ଚ

ଯାଉଅଛି ସୀମା ଟପି

ରୋଗ ମହାମାରୀ ଅମା ଅନ୍ଧକାର

ଦିନୁଦିନ ଯାଏ ବ୍ୟାପି ।


ମ୍ଳେଚ୍ଛ ଅହଙ୍କାର କରଇ ଗର୍ଜନ

ବୃଦ୍ଧି ପାଏ ପ୍ରଦୂଷଣ

ଶୁଭେ ତ୍ରାହି ତ୍ରାହି ଅନ୍ତରେ ବାହାରେ

ନାହିଁ ଗତି ପରିତ୍ରାଣ ।


ଅବତର ନାଥ କୋଟି ସୂର୍ଯ୍ୟପ୍ରଭ

ସ୍ୱରୂପ କରାଳ କଳ୍କୀ

ନାଶ ତମ ତତ୍ତ୍ଵ ଅସାମାଜିକତା

ପାହୁ ଘନ ଅମା ନିଶି ।

 -----



Rate this content
Log in

Similar oriya poem from Tragedy