STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ନିରାଶା ସଖୀ

ନିରାଶା ସଖୀ

1 min
80

ଆଶା ସହ ମୋର ପଡେନାହିଁ ଭଲ

  ବିଫଳତା ଦିଏ ମୋରେ 

କ୍ଷୁଦ୍ରାତିକ୍ଷୁଦ୍ର ବି ଆଶା ମୋର ସବୁ

   ଝଡିଯାଏ ଅଦିନରେ


ନିରାଶା ଟି ସଖୀ ସାଜିଲାଣି ଧୀରେ

  ହେଲାଣି ନିଜର ଅତି

ଆଶା ଠୁ ଦୂରରେ ପଳାୟପନ୍ଥୀ ମୁଁ

  ଆଶାରେ ଜାଗଇ ଭୀତି


  ନାହିଁ ତିଳେ ତା'ଠି ପ୍ରୀତି

ମୋର ନାହିଁ ତିଳେ ତା'ଠି ପ୍ରୀତି

ଜିଇଁ ବା ଠୁ ଭଳି ମରିବା ପାଇଁ କି 

  ପ୍ରବର୍ତ୍ତାଏ ଯେଣୁ ନୀତି


ଉଠାଇ କଚାଡି ଦିଏ ତ ଫୋପାଡି

  ଦରମରା କରିଥାଏ

ବାରମ୍ବାର ପୁଣି ତା'ସାଥୀରେ ଭେଟ

   କାହିଁକି ଯେ ହୋଇଯାଏ


ଭାବର ଆବେଗେ ସ୍ପର୍ଶ ଯଦି କରେ

   ଛୋଟ ଆଶାଟିକୁ କେବେ

 ମତ୍ତହସ୍ତୀ ପ୍ରାୟ ଶୁଣ୍ଢରେ ଫିଙ୍ଗଇ

   ଚେତା ଶୂନ୍ୟ ହୁଏ ତେବେ


ନିରାଶା ସଖୀ ମୋ ଆସି ଦିଏ କହି

   ମୋ ସାଥିରେ ରୁହ ଭଲେ

ଉଠିବା ପଡ଼ିବା ନ ଥାଏ ମୋ ପାଖେ

   କିଛି ମିଳୁ ବା ନ ମିଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract