Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ନିନ୍ଦା ପ୍ରଶଂସା, ଦୁଃଖିତ, ସ୍ଫୀତ

ନିନ୍ଦା ପ୍ରଶଂସା, ଦୁଃଖିତ, ସ୍ଫୀତ

1 min
288



ଚିନ୍ତାମଣି ମହାନ୍ତିଙ୍କ ଏକ ପଂକ୍ତି ମୋର ମନେ ପଡୁଛି,

ସେ ପଂକ୍ତିକୁ ମୁଁ ଆପଣଙ୍କ ପାଖରେ ଉଦ୍ଧୃତ କରୁଅଛି |୧|


"ନିନ୍ଦା ପ୍ରଶଂସାରେ ନୁହେଁ ଦୁଃଖିତ ବା ସ୍ଫୀତ,

ଯେଉଁ ଲୋକ, ସେହି ଏକା ଅଟଇ ପଣ୍ଡିତ


ନିନ୍ଦା ପ୍ରଶଂସାରେ କିଛି ହାନି ଲାଭ ନାହିଁ,

ଉଭୟ ଅଟନ୍ତି ପୁଣି ନୀରସ ଅସ୍ଥାୟୀ |"


ଏଠାରେ ମନେ ପଡୁଅଛି ସକ୍ରେଟିସ୍ ଙ୍କ କଥା,

ସେ ଥିଲେ ଜଣେ ମହାନ୍ ଦାର୍ଶନିକ, ଜାଣିଥା |୨|


ଶ୍ରେଷ୍ଠ ମିତ୍ର କିଏ ? ଜଣେ ବ୍ୟକ୍ତି ପ୍ରଶ୍ନ କରିଥିଲେ,

ମନ ହିଁ ପ୍ରତ୍ୟେକର ମିତ୍ର, ସେ ଉତ୍ତର ଦେଇଥିଲେ |୩|


ଶ୍ରେଷ୍ଠ ଶତ୍ରୁ କିଏ ? ଆଉ ଗୋଟିଏ ପ୍ରଶ୍ନ କରିଥିଲେ,

ମନ ହିଁ ପ୍ରତ୍ୟେକର ଶତ୍ରୁ, ସେ ଉତ୍ତର ଦେଇଥିଲେ |୪|


ଉଭୟ, ଏ ଶତ୍ରୁ ଓ ମିତ୍ର ଦ୍ୱୟ, ଅଛନ୍ତି ଶରୀରରେ,

ନିୟନ୍ତ୍ରିତ କରୁ ଅଛନ୍ତି ଆମ ମନୁଷ୍ୟଙ୍କ ଉପରେ |୫|


କାହାର ପ୍ରଭାବ ଅଛି? ତାହା ହୁଅଇ ଆମ ପାଖରେ ଅଛି ଆହ୍ୱାନ,

ସକରାତ୍ମକ ଚିନ୍ତା, ଚେତନାରେ ମନ ହୁଏ ଉପଲବ୍ଧିର ସୋପାନ |୬|


ମିତ୍ର ହୁଏ ଆମ ମନକୁ ପରିଚାଳିତ କଲେ ସେଥିରେ,

ଶତ୍ରୁ ହୁଏ ମନକୁ ପରିଚାଳିତ କଲେ ଅସତ୍ ମାର୍ଗରେ |୭|



Rate this content
Log in

Similar oriya poem from Abstract