Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ନିଳାଦ୍ରୀ ବିହାରୀ

ନିଳାଦ୍ରୀ ବିହାରୀ

1 min
354



ନିଳାଦ୍ରୀ ବିହାରୀ ଲୀଳା କରୁଛନ୍ତି

ନୀଳାଚଳ ଧାମେ ରହି

ନୀଳଚକ୍ର ବାନା ଉଡେ ଫର ଫର

ପତିତପାବନ ବାନା ସେଇ ।


ଚାଲ ଦୁଃଖି ମନ ନୀଳାଚଳ ଧାମ

ବଡ ଦାଣ୍ଡରେ ଚାଲିବ

ଚାଲୁଥିଲା ବେଳେ ନୀଳଚକ୍ର ଦେଖି

ଦୁଇ ହାତ ଟେକି ଦେବ ।


ସିଂହଦ୍ଵାର ପାଶେ ଅରୁଣ ସ୍ତମ୍ବ

ମଥା ନୁଆଇଁ ରହିବ

ପତିତ ପାବନ ଦର୍ଶନ କରି

ଭିତରକୁ ଚାଲି ଯିବା ।


ବାଇଶି ପାହାଚ ଗଣି ଗଣି ଯିବା

ହେଲେ ହେଉ ଯେତେ ଡେରି

ଆଗକୁ ଆଗକୁ ପାଦ ବଢ଼ାଇବା

ଦେଖିବାକୁ ନିଳାଦ୍ରୀ ବିହାରୀ ।


ଭକ୍ତଙ୍କ ଭିଡ଼ରେ ଠେଲା ପେଲା 

ଥୟ ଧରି ଛିଡ଼ା ହେବା

ଗରୁଡ଼ ଖମ୍ବ ପଛରେ ରହି

ଦାରୁ ଦେବତା ଦେଖିବା ।


ଦୁଇ ହାତ ଟେକି ନିବେଦନ ସହ

ମନର ଦୁଃଖକୁ କହିବା

ରତ୍ନ ସିଂହାସନେ ବିରାଜିତ

ଚତୁର୍ଦ୍ଧା ମୂର୍ତ୍ତି ଦେଖିବା ।


ହାତ ଯୋଡ଼ି ଆଖି ବନ୍ଦ କରି

ହୃଦୟ ରେ ସ୍ଥାନ ଦେବା

ରତ୍ନ ସିଂହାସନ ଦରଶନ କରି

ବେଢ଼ା ଭିତରେ ବୁଲିବା ।


ପାର୍ଶ୍ଵ ଦେବ ଦେବୀ ଦର୍ଶନ କରିବା

ଚାରିଆଡେ଼ ବୁଲିବୁଲି

କଳ୍ପବଟ ମୂଳେ କିଛି ସମୟ ବସିବା

ମନର ଦୁଃଖକୁ କହିବା ଖୋଲି ।


ପାର୍ଶ୍ଵ ଦେବ ଦେବୀ ଦରଶନ କରି

ଆନନ୍ଦ ବଜାର ଯିବା

ପେଟ ପୁରା ଖାଇ ଅଭଡ଼ା ପ୍ରସାଦ

ମୁଣ୍ଡରେ ହାତ ପୋଛିବା ।


ନିଳାଦ୍ରୀ ବିହାରୀ ସୁମରି ମନରେ

ଦୁଃଖ କହିବୁ ଦୁଃଖ ମନର

ଡୋରି ଲାଗି ରହୁ ଏ ଦୁଃଖୀ ମନରେ

ଆସିବାକୁ ନୀଳାଚଳ ବାରମ୍ବାର ।


Rate this content
Log in

Similar oriya poem from Abstract