ନିଳାଦ୍ରି ନାଥ ଜଗନ୍ନାଥ
ନିଳାଦ୍ରି ନାଥ ଜଗନ୍ନାଥ
ତୁମେ ଲୀଳା ମୟ ହରି ତୁମ ଲୀଳା ବୁଝି କେ ପାରିବ
ତୁମ ଭକ୍ତଙ୍କ ପାଇଁ ତୁମ ଲୀଳା ଯୁଗେ ଯୁଗେ ଚାଲି ଥିବ ।
ସତ୍ୟ ଯୁଗେ ତୁମେ ହେଲ ମୀନ ,କଛପ,ନର ସିଂହ,ପୁଣି ବାମନ ଅବତାର
ତ୍ରେତୟା ରେ ହେଲ ରାମ,ପର୍ଶୁରାମଅବତାର
ଦ୍ଵାପରରେ ହେଲ ତୁମେ କୃଷ୍ଣ ଅବତାର ।
କାଳି ଯୁଗେ ତୁମେ ନୀଳଗିରି ପର୍ବତରେ ନୀଳ ମାଧବ ହେଲ
ବିଶ୍ୱା ବସୁ ଶବର ହାତେ ପୂଜା ପାଉଥିଲ ।
ତୁମରି ଇଚ୍ଛାରେ ରାଜା ଇନ୍ଦ୍ର ଦୁମ୍ନ୍ ପଠାଇଲେ ବିଦ୍ୟା ପତିଙ୍କୁ
ଲଳିତା ଙ୍କୁ ବରଣ କରି ଦିନେ, କହିଲେ ଦେଖି ଯିବି ନୀଳ ମାଧବଙ୍କୁ ।
ଜାମାତାଙ୍କୁ ନେଇ ବିଶ୍ୱା ବସୁ ବାହାରିଲେ ନିଳଗିରି ପର୍ବତ କୁ
ବିଦ୍ୟା ପତି ପଥେ ବୁଣିଗଲେ ସୋରିଷ କୁ ।
ନୀଳ ମାଧବଙ୍କୁ ଦେଖି ଧନ୍ୟ ହେଲେ
ବିଦ୍ୟାପତି
କୋଟି ଜନ୍ମ ର ପୁଣ୍ୟ ବଳେ ଦେଖିଲେ ମହପ୍ରଭୁଙ୍କ ଦିବ୍ୟ ଜ୍ୟୋତି ।
ସେଇ ଦିନ ଠାରୁ ନୀଳ ମାଧବ ହେଲେ ଅନ୍ତରଧ୍ୟାନ
ବିଶ୍ୱା ବାସୁ ଆଉ ନପାଇଲେ ମହାପ୍ରଭୁ ଙ୍କ ଦର୍ଶନ।
ନିଜ ଇଚ୍ଛା ବେଳେ ମହୋଦଧି ରେ ମହା ଦାରୁ ରୂପେ ତୁମେ ଭାସି ଆସିଥିଲ
ରାଜା ଇଦ୍ର ଦ୍ରୁମ୍ନ. ବିଶ୍ୱା ବାସୁ ପରି
ଭକ୍ତ ଙ୍କୁ ଦର୍ଶନ ଦେଲ ।
ତୁମ ପାଇଁ ରାଜା ଯଜ୍ଞ କରି ଥିଲେ
ଯଜ୍ଞ ରୁ ତୁମ ଆଦ୍ୟ ରୂପ ନୃସିଂହ ଙ୍କୁଦେଖିଲେ ।
ନିଜେ ନିଜକୁ ଗଢି ବାକୁ ଆସିଥିଲ
ବିଶ୍ୱ କର୍ମା ରୂପ ଧରି
ଏକୋଇସି ଦିନ ସର୍ତ ରଖି ଥିଲ ନ
ଖୋଲି ବାକୁ ଦ୍ୱାର ତୁମରି ।
ବୃଦ୍ଧ ବଢ଼େଇ ର ଶବ୍ଦ ନଶୁଣି ପାରି
ରାଜା ଦ୍ଵାର ଖୋଲି ଦେଲେ
ତୁମରି ଅଧା ଗଢା ରୂପ ଦେଖି ଵିଚଳିତ ହୋଇଗଲେ
ତୁମେ ଲୀଳା ମୟ ତୁମରି ଲୀଳାକୁ
ସେ ବୁଝି ପାରିଲେ ।
ଗୁଣ୍ଡି ଚା ମନ୍ଦିର ରେ ହେଲା ବିଗ୍ରହତୁମର
ସେଥି ଲାଗି ତୁମେ ଯାଉଅଛ ରଥେ
ଜନ୍ମ ବେଦି କୁ ବର୍ଷ କୁ ଗୋଟିଏ ଥର ।
ତୁମରି ମନ୍ଦିର କୁ ଇଦ୍ର ଦ୍ରୁମ୍ନ ନିର୍ମାଣକରିଥିଲେ
ମନ୍ଦିର ପ୍ରତିଷ୍ଠା ଲାଗି ବ୍ରହ୍ମ ଲୋକ ଯାଇ ବେଦ ପତି ବ୍ରହ୍ମା ଙ୍କୁ ଆଣିଥିଲେ ।
ଅନେକ ଦିନ ପରେ ତମକୁ ଆଜିର ଦିନରେ ମନ୍ଦିରରେ ପ୍ରତିଷ୍ଠା କରିଲେ ।
ସେ ଦିନ ଥିଲା ବୈଶାଖ ମାସର ଅଷ୍ଟମୀ ତିଥି ପୁଣ୍ୟ ର ଦିନ
ମାଗିଥିଲେ ଇଦ୍ର ଦ୍ଵିମ୍ନ କେବେ ନ ଛାଡିବ ଶ୍ରୀ ମନ୍ଦିର ଦିଅ ଏହି ବଚନ ।
ସେହି ଦିନ ଠାରୁ ଶ୍ରୀମନ୍ଦିରରେ ଲୀଳା ଲଗାଇଅଛ
ରତ୍ନ ସିହାସନେ ଷାଠିଏ ପଉତି ଭୋଗ ତୁମେ ପରା ଖାଉ ଅଛ ।
ଆଜିର ଏ ପର୍ବ ତ୍ରୋୟୋଦସ ଯାତ୍ରା
ନାମରେ ବିଖ୍ୟାତ
ତୁମ ଭକ୍ତ ଙ୍କୁ କୃପା କର ଯୁଗେ ଯୁଗେ
ଆହେ ଜଗତ ନାଥ ।
ତୁମରି ଛନ୍ଦା ଚରଣେ ଦିଅ ଆମକୁ ଶରଣ
ସବୁ ବିପତି ରୁ ରକ୍ଷା କରି ଭକ୍ତ ଙ୍କୁ କର ହେ ତାରଣ ।