ନିଖୋଜ
ନିଖୋଜ
ସଭିଙ୍କୁ ଖୁସି କରିବାକୁ ଯାଇ
ମୁଁ ହଜାଇ ଦେଇଛି ଆପଣାର ସତ୍ତା
ସବୁରି କଥାକୁ ଶୁଣି ଶୁଣି
ଭୁଲି ତ ଯାଇଛି ନିଜର ପତ୍ତା ।
କେହି ବି କେବେ ଜାଣିବାକୁ
ଚାହିଁ ନାହିଁ ମୋ ମନ ଗହନର କଥା
ନାହିଁ ତ କାହାର ସମୟ ବୁଝିବାକୁ
ବାରେ ମୋର ତମାମ ବ୍ଯଥା ।
ସଭିଏଁ ଶୁଣାନ୍ତି ଶୁଷ୍କ ନିରସ ପ୍ରବଚନ
ଦେଖାଇ ହୁଅନ୍ତି ଆପଣାର ଗୁରୁ ଜ୍ଞାନ
କେହି ତ କହେନି ଦୁଃଖର କାରଣ
ନିବୃତ୍ତିର ଉପାୟ ନିର୍ମୂଳନ ନିରାକରଣ ।
ସଂସାର ଭିତରେ କରିଛି ଯେ ଘର
କାହାକୁ ଅବା ମୁଁ କରିପାରେ ପର
କରିବାକୁ ଯାଇ ସବୁରି ସନ୍ତୋଷ ବିଧାନ
ଲୁପ୍ତପ୍ରାୟ ମୋହରି ସମସ୍ତ ସାଧନ ।
ଯାହା ଟିକେ ବଞ୍ଚିରହିଛି ମୋହରି ଅସ୍ତିତ୍ବ
ସିଏ ବି ବିଷମ ବିଷୟା ଜଞ୍ଜାଳେ ଅସ୍ତବ୍ୟସ୍ତ
ଅନ୍ତରାତ୍ମା ତ କେବେ ଠାରୁ ହୋଇଛି ନିଖୋଜ
ସଭିଏଁ ତ ଜୀଉଁଛନ୍ତି ମୁହିଁ ବି ଅଛି ଜୀବିତ ।
