Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Tragedy

4  

Niranjan Mishra

Tragedy

ନିଖୋଜ ସମ୍ପର୍କ

ନିଖୋଜ ସମ୍ପର୍କ

1 min
241



ଏତେ ନିବିଡ଼ତା ଥିଲା ସେ ସମ୍ପର୍କ

କେବେ ଦିନେ ନ ଦେଖିଲେ ।

ବ୍ୟାକୁଳିତ ଚିତ୍ତ ହେଉଥିଲେ ଦୁହେଁ

ପରସ୍ପରକୁ ଭେଟିଲେ ।୧।

ସମୟର ଚକ ଗଡି ଗଡି ଗଲା

ଗଲା ଦିନ ମାସ ବର୍ଷ ।

ଉଭୟେ ଥାଆନ୍ତି ମହା ଆନନ୍ଦରେ

ଲଭୁ ଥାଆନ୍ତି ହରଷ ।୨।

ଜଣେ ଜଣକର ସହଯୋଗୀ ହୋଇ

ରହିଥାନ୍ତି ସବୁକାଳେ ।

ଜଣକ ସୁଖରେ ଆନ ସୁଖ ଲଭେ

ଦୁଃଖେ ଦୁଃଖୀ ହୋଇ ଭାଳେ ।୩।

ପରସ୍ପର ମଧ୍ୟେ ଅଭେଦ ସମ୍ପର୍କ

ରହିଥାଏ ନିରନ୍ତର ।

ଯିଏ ଦେଖୁଥିଲା ଜାଣୁଥିଲା ତାଙ୍କ

ଜୀବନ ଏକ ପ୍ରକାର ।୪।

ଇତରେ ଦେଖିଲେ ଧନ୍ୟ ଏ ଦିଜଣ

ଧନ୍ୟ ଏହାଙ୍କ ଜୀବନ

ବିଧିର ବିଧାନ କେ କରିବ ଆନ

ଗଡି ଚାଲିଲା ଜୀବନ ।୫।

ଉଭୟେ ଚାଲିଲେ ଯାତ୍ରା ଉଦ୍ଦେଶ୍ୟରେ

କାହିଁ କେତେ ଦୂର ଦେଶ ।

ସବୁଠି ବୁଲିଲେ ସାଙ୍ଗ ହୋଇ ଦୁହେଁ

ଉଭୟେ ଲଭିଲେ ତୋଷ ।୬।

ଏ କଣ ଘଟିଲା ନିଖୋଜ ହୋଇଲା

ତାହାରି ଭିତରୁ ଜଣେ ।

ଖୋଜି ଖୋଜି ତାକୁ ହତାଶ ହୋଇଲା

ନ ପାଇଲା ଆନ କେଣେ ।୭।

ବୁଦ୍ଧି ବାଟ କିଛି ଦେଖା ଦେଲା ନାହିଁ

ଥାନାରେ ଡାଏରୀ ଦେଲା ।

ସାରା ରାଇଜରେ ପୋଲିସ୍ ଖୋଜୁଛି

ପତ୍ତା ତାର ନ ମିଳିଲା ।୮।

ନିଖୋଜ ହୋଇଛି ସମ୍ପର୍କ ତାଙ୍କର

ଆଜି ଯାଏଁ ବାଟ ଚାହିଁ ।

ବସିଛି ବନ୍ଧୁଟି ନିଖୋଜ ସମ୍ପର୍କ

ଖୋଜି ଖୋଜି ପାଉନାହିଁ ।୯।

ମନର ବେଦନା କାହାକୁ କହିବ

କିଏ ହରିବ ତା ଦୁଃଖ ।

ବିଭୁ କୃପା ହେଲେ ପୁଣି ଯୋଡି ହେବ

ତାର ନିଖୋଜ ସମ୍ପର୍କ ।୧୦।


Rate this content
Log in

Similar oriya poem from Tragedy