ନିଝୁମ୍ ଏ ବର୍ଷା ରାତି
ନିଝୁମ୍ ଏ ବର୍ଷା ରାତି
ନିଝୁମ୍ ଏ ବର୍ଷା ରାତି
ଭିଜା ଭିଜା ତନୁମନ
ସତେଜ ହୁଏ
ଅତୀତର ଯେତେ ସ୍ମୃତି,
ତୁମେ ଥିଲ ପ୍ରିୟା ମୋର
ମଧୁମୟ ଥିଲା
ସେ ଅଭୁଲା ପ୍ରୀତି
ମନେ ପଡେ ଗୋଟି ଗୋଟି
ତୁମ ସାଥେ ଯାହା
ଯାଇଛି ବିତି
ନିଝୁମ୍ ଏ ବର୍ଷା ରାତି।
ତୁମ ପ୍ରେମର ସେ ମଧୁପ୍ରୀତି
ଅଙ୍ଗେ ରଙ୍ଗେ ସଙ୍ଗେ
ହେଉଥିଲ ଆଙ୍କି,
ଦେହର ତାତି
ମନର କ୍ଳାନ୍ତି
ଦୂର କରି ତମେ
ଜୀବନେ ଆଣି ଦେଉଥିଲ
ଶାନ୍ତି ତୃପ୍ତି
ନଥିଲା ବିରହ ବେଦନାର
ଟିକିଏ ବି ତିକ୍ତ ଅନୁରକ୍ତି
ନିଝୁମ୍ ଏ ବର୍ଷା ରାତି।
ପାଶେ ଥିଲ ଲାଗୁଥିଲା
ଭାରି ଫୁର୍ତ୍ତି
ଭାବୁଥିଲି ପାଇଛି
ସରଗର ଚାନ୍ଦ
ହାତେ ମୋ ପଡିଛି ଖସି,
ଆଜି ଅଛ ମୋଠୁ
ଦୂରେ ବହୁ ଦୂରେ
ବସି ଶୋଇ ଝୁରେ ସିନା
ହାତ ବଢାଇ
ପାରେନା ଛୁଇଁ
ସପନେ ଆସ ନିତି
ନିଝୁମ୍ ଏ ବର୍ଷା ରାତି।
ମିଳନଠାରୁ ବିଚ୍ଛେଦ
କି ଯନ୍ତ୍ରଣା ଦାୟକ
ଅନୁଭବୀ ହିଁ ଜାଣେ
ତାର ଅନୁଭୁତି,
ହସ ଲୁହ
ଖରା ଛାଇ ଜୀବନର ଗତି
ଓଲଟ ପାଲଟ ହୁଏ
ଏ ତ ସଂସାର ନୀତି
ଜାଣି ବି ବୁଝେନା ମନ
ଦୁଃଖେ ଭାଙ୍ଗି ପଡେ
ନିଃସଙ୍ଗତାରେ
ଫେରେନା ଆଉ
ସେ ସମୟ ହୁଏ ଯା ଇତି
ନିଝୁମ୍ ଏ ବର୍ଷା ରାତି।