Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ନୀରବତା

ନୀରବତା

1 min
292



ନୀରବତା ଏକ ଭଲ ଗୁଣଟିଏ

ମାନବ ମାନଙ୍କ ପାଇଁ,

ନୀରବ ଗମ୍ଭୀର ଚରିତ୍ର ସର୍ବଦା

ସମ୍ମାନ ଥାଆନ୍ତି ପାଇ l

ନୀରବତା ରକ୍ଷା କରିବା ବଳରେ

ଅଶାନ୍ତି ହୁଅଇ ଦୂର,

ଅଯଥା କଳହ ଆଦିରୁ ସଭିଏଁ

ପାଇ ଥାଆନ୍ତି ନିସ୍ତାର l

ନୀରବ ରହିଲେ ଜୀବନେ ଅଧିକ 

ବୁଦ୍ଧି ର ବିକାଶ ହୁଏ,

ଅନ୍ୟଠାରୁ ଶୁଣି ଧୀରେ ସ୍ଥିରେ ବୁଝି

ଠିକ ଭୁଲ ଜାଣି ନିଏ l

ନୀରବତା ଆମ ଚିତ୍ତ ସ୍ଥିର କରେ

କ୍ରୋଧକୁ ଦମନ କରେ,

ଶାନ୍ତ ଶିଷ୍ଟ ଜନ ଆଦର ପାଆନ୍ତି

ତେଣୁ ସମାଜମଧ୍ୟରେ l

ଅନ୍ୟାୟ କୁ ଦେଖି ନୀରବ ରହିବା

କଦାପି ଉଚିତ ନୁହେଁ,

ଯଥାର୍ଥ ଯୁକ୍ତିରେ ପ୍ରତିବାଦ ସ୍ୱର 

ଉଚିତ ଯେ ହୋଇଥାଏ l

ଜ୍ଞାନୀ ଗୁଣୀ ଜନ ନମ୍ର ଓ ନୀରବ

ରହିଥାନ୍ତି ସଦାକାଳେ,

ମଥାଟି ଆମର ନତ ହୋଇଯାଏ

ତାଙ୍କରି ଚରଣ ତଳେ ll


Rate this content
Log in

Similar oriya poem from Inspirational