STORYMIRROR

Jyotirmoyee Mohanty

Classics

3  

Jyotirmoyee Mohanty

Classics

ନୀରବ ସଂଳାପ

ନୀରବ ସଂଳାପ

1 min
200


ପିଲା ଦିନର ସେ ଗଙ୍ଗୀନ ସ୍ବପ୍ନ ସବୁ ସମୟ ସାଥୀରେ କେତେବେଳେ ଯେ ଆଖି ଆଗରୁ ଅପସରି ଗଲା

ଅବୁଝା ଶିଶୁଟିଏରୁ କେତେବେଳେ ଯେ ଜୀବନର

 ଅଧା ବୟସ ଖସିଗଲା ଜଣା ପଡ଼ିଲାନି ।


ନିଜ ଗାଁ-ମାଟି, ମାତା-ପିତା, ସାଙ୍ଗ-ସାଥୀ

ସମସ୍ତେ ଆଜି ବହୁତ ପଛରେ

ଖୋଲା ଆକାଶରେ ମୁକ୍ତ ପକ୍ଷୀଟିଏ ପରି ଉଡ଼ୁଥିବା ମନଟି ଆଜି ନଭଶ୍ଚୁମ୍ବୀ ଅଟ୍ଟାଳିକା ଭିତରେ ଆବଦ୍ଧ

ଏବେ କେତେ ଖୋଜିଲେ ବି ମିଳୁନାହିଁ ମୁଠାଏ ଶାନ୍ତି,

ନା ଚେନାଏ ଆତ୍ମିୟତାର କୋମଳ ସ୍ପର୍ଶ

ଚାହିଁଲେ ବି ମୁକୁଳେଇ ହେଉନି

ଓଠ ଧାରେ ଅକୃତ୍ରିମ ହସନେଇ ବଞ୍ଚିବାକୁ ପଡୁଛି

ଜୀବନ ବୋଝକୁ ବୋଝେଇ ।


ଏଠ ବର୍ଷାରେ ନାହିଁ ଆତ୍ମୀୟତା,

ଯୋଉଠି ଫର୍ଦ ଫର୍ଦ କାଗଜ ଚିରି 

ବର୍ଷାରେ ଭିଜି ଭିଜି ଭସାଉଥିଲୁ

ଦିନେ କାଗଜ ନାଆ l


ନା ଶୀତର ଅଛି ମାଦକତା

ଥରି ଥରି ଶୀତରେ ଗାଁ ମୁଣ୍ଡେ ଥିବା

ରାମସାହୁ ଦୋକାନକୁ ଚାହା ପିଇବା ପାଇଁ

ଯିବାର କଥା ।


ଗ୍ରୀଷ୍ମରେ ସେ ଆମ୍ବ ଗଛ ମୂଳର ଛାଇ

ମହ ମହ ଆମ୍ବ ବଉଳର ବାସ୍ନା

ପୋଖରୀ ହୁଡ଼ା, ଝରଣା ଧାରା

ଫଗୁଣରେ ରଙ୍ଗରେ ଭିଜିବାର ମଜା ।


ନିଶ୍ଚିହ୍ନ ଆଜି ସବୁ ଜୀବନର ରଙ୍ଗ

ଛାଇଯାଇଛି ଯେମିତିକି ଗୋଟିଏ ନୀରବତା

ସେଇ ନୀରବତା ଭିତରୁ ସଂକୁଡି ଯାଇଥିବା ମନଟି

ଖୋଜେ, ମାଟି ମାଆର ସ୍ପର୍ଶ,

ଭିଜା ଭିଜା ସ୍ମୃତିର ପରଶ

ବିତାଇବା ପାଇଁ

ଯେତକ ବଳକା ଆୟୁଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics