ନୀରବ ରାତିର ଝଡ
ନୀରବ ରାତିର ଝଡ
ରାତି ଜଣା ନାହିଁ କେଜାଣି
ହେଲାଣି କେଇ ପ୍ରହର
ତୁମେ ବାସୁଅଛ ଅତର ଅତର
ମୋ ସରୁ ପାନ ପତର ।।
ପାଖରେ ଶୋଇଛ କାହିଁକି କେଜାଣି
ଧରା ଦେଉ ନାହିଁ ବାରକୁ ବାର
ସ୍ବପ୍ନ ସାଗରରେ ଲଘୁଚାପ ଘନିଭୂତ
ରାତ୍ରୀ ବର୍ଷଣ ମୁଖର ।।
ସ୍ୱପ୍ନରେ ଆସୁଛ ଆଉ କାହିଁକି ପୁଣି
ଅଫେରା ଅତୀତ ଉଙ୍କି ମାରୁଛି
ଫେରାଇ ଦିଅ ମୋ ଛାଇ ଲେଭଟାଣି
ବିକାର ଗ୍ରସ୍ତ ମନ ଚାହୁଁଛି ।।
ଚେନାଏ ଆଶା ଝଲକରେ ବାସେ
ତୁମର ପୂରିଲା ଲୋଭିଲା ମୁଁହ
ପୁଣି ଆଉଥରେ ଜିଇଁବାକୁ ଆଶେ
କାମନା ବାସନା ଜର୍ଜରିତ ସୁଅ ।।
ବାଧ୍ଯ ବାଧକତାରେ ସିନା ଏକାନ୍ତ ଜୀବନ
କର୍ତ୍ତବ୍ୟ ଦାୟିତ୍ଵର ବୋଝ ମୁଣ୍ଡାଇଛି
ପଲଙ୍କ ଶେଯରେ ଶୋଇବା ବେଳରେ
ଅବୁଝା ଯୌବନ କି ସବୁ ବୁଝୁଛି ।।
ପାଞ୍ଚ ଦଶକ ଛୁଇଁ ଗଲା ପରେ ବୟସ
ମନ କାନନରେ କାମନା ବିଳାସ
କାର୍ଯ୍ୟାଳୟରେ ସିନା କଟୁଛି ଦିନଟା ସାରା
ରାତି ଟା ଗୋଡାଏ ଦ୍ଭାର୍ଯ୍ୟାଳୟ କଳସ ।।