STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ନୀରବ ନିଷ୍ପତ୍ତି

ନୀରବ ନିଷ୍ପତ୍ତି

1 min
238

ଏଇ ଭବ ଭୂମିରେ,

ସମୟର କରାଳ ଗର୍ଭରେ,

କ୍ଷଣ ଭଂଗୁର ଜୀବନରେ,

ଶାନ୍ତ, ସ୍ତବ୍ଧ, ନିଶ୍ଚଳ ମନରେ,

ହେ ମଣିଷ ପରିଚୟ ପାଇବା ଚେଷ୍ଟାରେ

ଜାଣିବାକୁ ତୁମ ଓ ମୋ ମନ ଅଛି ବ୍ୟଗ୍ର, 

ତେବେ ପରିଚୟର ସଂଜ୍ଞା କ'ଣ

ନୀରବ ନିଷ୍ପତ୍ତି ନେଇ,

ହେ ମୋର ଭଉଣୀ ଭାଇ, ଉତ୍ତର ଦିଅ ।


ସବୁଦିନ ରଜଘୋଷ କରୁ,

ଏକମୁଖୀ ଈଷ୍ଟମୁଖୀ ହୋଇ

ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରୁ,

ବିଦ୍ୟାଳୟରେ ଶୁଣି ଓ ଗାଇ ଆସିଛୁ,

ଜୀବନରେ ସତ୍ୟ କହିବି,

ସତ କହି, ମଲେ ପଛେ ମରିବି,

ସ୍ଵୀକାରୋକ୍ତିରୁ ମିଳେ,

ଅସିଲି ପରିଚୟର ଚୌହଦି,

କେତେଜଣ କହୁ ସତ୍ୟ ବଚନ,

ନୀରବ ନିଷ୍ପତ୍ତି ନେଇ,

କି ହେବ ତାର ପରିଚୟ

ହେ ମୋର ଭଉଣୀ ଭାଇ, ଉତ୍ତର ଦିଅ ।


ମଣିଷର ମନ,

ମୁକ୍ତ ଆକାଶର ପକ୍ଷୀଟିଏ,

ରହି ନଥାଏ କେବେ ସୁପ୍ତ,

ଖୋଜିଥାଏ ହେବାକୁ ଉନ୍ମୁକ୍ତ,

ରଚିବ ହିଂସା ଅଧର୍ମର ଖେଳ,

ଗଢିବ ତାଜମହଲର ସପନ ମହଲ,

ସବୁବେଳେ ଅନ୍ୟକୁ ଶୋଷଣରତ,

କର୍ତ୍ତବ୍ୟ କରିବାକୁ ବିରହିତ,

ସ୍ଵାଧୀନତା ପାଇଁ ହୋଇ ପାରିବକି ଗର୍ବିତ,

ନୀରବ ନିଷ୍ପତ୍ତି ନେଇ,

କି ହେବ ତାର ପରିଚୟ

ହେ ମୋର ଭଉଣୀ ଭାଇ, ଉତ୍ତର ଦିଅ ।


ଜୀଵ ଜଗତ ପାଇବା ସୃଷ୍ଟିରେ, 

ମଣିଷ ଶ୍ରେଷ୍ଠ ଜୀଵ ତା ମଧ୍ୟରେ, 

ଶରୀରେ ପ୍ରାପ୍ତ କରି ବିବେକକୁ,

ପାଳନ ନକରେ ପ୍ରକୃତିର ନିୟମକୁ,

ନବୁଣେ ସ୍ନେହ ପ୍ରେମ ମୈତ୍ରୀର ମନ୍ତ୍ରକୁ,

ନୀରବ ନିଷ୍ପତ୍ତି ନେଇ,

କି ହେବ ତାର ପରିଚୟ

ହେ ମୋର ଭଉଣୀ ଭାଇ, ଉତ୍ତର ଦିଅ ।


ମୋର ସରଳ ମନ,

ମଣିଷ ମନର ଗଭୀରତାକୁ, 

ମୋ ପକ୍ଷରେ ଶକ୍ତି ନାହିଁ ମାପିବାକୁ,

ନଗଣ୍ୟ ସତ୍ତା ମୁଁ ଏ ସଂସାରରେ,

ହିନ୍ଦୋଳିତ ହୁଏ ପ୍ରତିକ୍ଷଣରେ,

ଦେଖି ମଣିଷ ଉପରେ ମଣିଷର ଅତ୍ୟାଚାରକୁ,

କି ଭାବନା ଆଣିବି ଦେଖି ଡ୍ରାମାବାଜୀକୁ,

ମନ ରାଇଜରେ ହୋଇ କ୍ଷୁବ୍ଧ ଓ ପ୍ରତିକ୍ରିୟା ଶୂନ୍ୟ,

ନୀରବ ନିଷ୍ପତ୍ତି ନେଇ,

ପଚାରେ, କି ହେବ ମୋର ପରିଚୟ

ହେ ମୋର ଭଉଣୀ ଭାଇ, ଉତ୍ତର ଦିଅ ।


Rate this content
Log in

Similar oriya poem from Abstract