STORYMIRROR

Amit Bal

Tragedy

3  

Amit Bal

Tragedy

ନୀରବ ଝଡ଼

ନୀରବ ଝଡ଼

1 min
299

ଅସୁମାରୀ ସ୍ବପ୍ନରେ ଆଛନ୍ନ ଜୀବନ ତା'ର,

ମନର ପ୍ରଛଦରେ ଉକୁଟି ଉଠୁଥିଲା

          ମହ ମହ ସୁଗନ୍ଧ ଫଗୁଣର

  ଦେହରେ ଉଛୁଳା ନଈର ଗହନ ଜୁଆର .....


ସବୁ କିଛି ଠିକ୍ ଠାକ୍ ଚାଲିଥିଲା 

         ନିଜ ଇଛାର ପରିପ୍ରେକ୍ଷୀରେ

ହଠାତ୍ ବଢ଼ିଗଲା ପବନର ବେଗ

          ସମୟର ଫୁଲ ବଗିଚାରେ ,

ଆଉ ଘଟିଗଲା ନୀରବ ଝଡଟେ

           ହୃଦୟର ଅଳିନ୍ଦ ଭିତରେ ......


ଦୁଃଖର ଲହଡି ମାଡ଼ି ଆସି ଥିଲା

              ଏକା ସାଥେ ସାଙ୍ଗ ସାଥୀ ଧରି

ବାରି ହେଉଛି ନ ଥିଲା ସଂପର୍କର ଆଦି ଅନ୍ତ

        ମେଘ ବର୍ଷାରେ ନୟନର ଲୋତକ ପରି .....


କେଇଟା ମୁହୂର୍ତ୍ତ ପରେ

             ସବୁ କିଛି ଶୂନଶାନ

ନା ଥିଲା ମର୍ଯ୍ୟାଦାର ଲକ୍ଷ୍ମଣ ରେଖା

         ନା ସଂପର୍କର ମାନ ସମ୍ମାନ.......!

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy