ନୀଳର ମାହାତ୍ମ୍ୟ
ନୀଳର ମାହାତ୍ମ୍ୟ
ନୀଳ ଆକାଶର ଶୋଭା ଅପରୂପ
ସୁନ୍ଦର ନୀଳ ସମୁଦ୍ର
ନୀଳ ନୀଳ ଆଖି, ମନ ଯାଏ ଲାଖି
ନୀଳର ମାହାତ୍ମ୍ୟ ବଡ ।
ନୀଳ ରଙ୍ଗ ଅଟେ ମନଛୁଆଁ ବଡ
ଶାନ୍ତି ମୈତ୍ରୀର ପ୍ରତୀକ
ନୀଳ ରଙ୍ଗ ପିନ୍ଧି ଆମରି ଖେଳାଳୀ
ରଖୁଛନ୍ତି ଜାତି ଟେକ ।
ସବୁ ନୀଳ କିନ୍ତୁ ମନ ନମୋହଇ
ଜାଣ କିଏ ମିଛ, ସତ
ଯେଉଁ ସିଡି ଆସେ ନୀଳ ରଙ୍ଗ ଧରି
ସାରଇ ମାନମହତ ।
ନୀଳ ଖାଲି ସିନା ନାମକୁ ମାତର
ନୀଳ ସେଠି କିଛି ନାହିଁ
ପ୍ରେମର ଜାଲରେ ଫସେଇ ପ୍ରେମିକ
ସର୍ବସ୍ୱ ଲୁଟି ନିଅଇ ।
ସେ ଜାଲରେ ଥରେ ପଡିଗଲେ ଧରା
ଖସେଇ ପାରିବ କିଏ
ବାପ ଭାଇ ବଂଶ କୁଟୁମ୍ୱର ନାଆଁ
ପଡିବ ଗାଆଁ ଦାଣ୍ଡରେ ।
ଶିକ୍ଷାର ନାଆଁରେ ଚାଲୁଛି ଯା’ ଏବେ
କହିବାକୁ ଲାଜି ମାଡେ
ଫରକ ପିନ୍ଧିବା ଛାଡିବା ପୂର୍ବରୁ
ପ୍ରେମର ନିଶାଟା ଘାରେ ।
ବିବାହ ପୂର୍ବରୁ ଯଉବନ ନିଶା
ଘାରୁଛି ଯେମନ୍ତେ ଏବେ
ତା’ର ପରିଣତି ବିଷ କି ଦଉଡି
ଅବା ଅଛି ନଈପଠେ ।
ବାପ ଭାଇଙ୍କର କଥା ଲାଗେ ବିଷ
ମିଠା ପ୍ରେମିକର କଥା
ସେକଥା ବଳରେ ଫସଇ ଯେ ଝିଅ
ଫଳ ତା’ର ହୁଏ ପିତା ।
ବିବାହ ପୂର୍ବରୁ ମେଣ୍ଟାଇବା ପାଇଁ
ପ୍ରବଳ ଶରୀର ଭୋକ
ନୀତି ଅନୀତିକୁ ଆଖି ବୁଜିଦେଇ
ଲୋଡୁଛନ୍ତି ସବୁ ସୁଖ ।
ସଂସ୍କାରର ଭୂତ ଅଟେ ବଡ ବୋଝ
କାନକୁ ଶୁଭୁନି ଭଲ
କେଉଁ ବେଦ ହେଇଯାଉଛି ଅଶୁଦ୍ଧ
ହୋଇଗଲେ ଟିକେ ଗେଲ ?
ସେ ଗେଲର ଫଳ ଏଡିକି ବିଷମ
ଉଡୋଉଛି ଆଖି ନିଦ
ରାତି ପାହିଗଲେ ହୋଇବ ପ୍ରଘଟ
ନଇଁବ ଝିଅର ମୁଣ୍ଡ ।
ଯାହା ଖେଳିଥିଲା ଲୁଚିଛପି କରି
ଗଡୁଛି ଦାଣ୍ଡରେ ଏବେ
ଲଜ୍ୟା ସରମର ଚିତା ଜଳେଇକି
କେମିତି ବଞ୍ଚିବ ସତେ !
ସଭିଏଁ ଜାଣିବା ପୂର୍ବରୁ ସଂସାର
ଛାଡୁଛି ସେ ବାଧ୍ୟ ହୋଇ
ପ୍ରେମିକର ମିଠା କଥା ବୁଲେ ଏବେ
ନୀଳ ରଙ୍ଗ ସିଡି ହୋଇ !
-0-