STORYMIRROR

Kalandi pal

Classics

4  

Kalandi pal

Classics

ନୀଳକନ୍ଦରର ନୀଳମଣି

ନୀଳକନ୍ଦରର ନୀଳମଣି

1 min
245


ନୀଳକନ୍ଦରର ନୀଳମଣି ତୁ ଯେ

         ଡାକିଲୁ ଇଶାରା ଦେଇ

ଭକତି ପସରା ଦୃଦୟରେ ଭରି

         ଶ୍ରୀ କ୍ଷେତ୍ରେ ଯାଉଛି ମୁହିଁ

          ତୋର ଦରଶନ ପାଇଁ ।1।


ଭାବ ଭକ୍ତି ପ୍ରେମ ଚାହାଣି ତୋହର

         ତୁଣ୍ଡେ ସଦା ତୋ ବନ୍ଦନା

ଭକତି ହୃଦୟେ ଅଭୁଲା ସ୍ମୃତି ତୁ

         ନିନ୍ଦାର କାଚ ଆଇନା

ଭାବରେ ବାନ୍ଧିଛୁ କେତେ ଦୁଖୀ ରଙ୍କି

         ବଡଦାଣ୍ଡେ ଛନ୍ତି ରହି

         ନୀଳଚକ୍ରେ ତୋର ଚାହିଁ l2l


ଅରୁଣ ସ୍ତମ୍ଭଟି ଟିକିଏ ରହିବି 

         ନୀଳଚକ୍ର ବାନା ଚାହିଁ

ବାଇଶି ପାହାଚ ଧୂଳି ମୁଣ୍ଡେ ବୋଲି

          ବେଢାରେ ବୁଲିବି ଯାଇ

ମନ ଲୋଭା ତୋର ସେ ରୂପ ଦର୍ଶନେ

         ରତ୍ନ ସିଂହାସନେ ଥାଇ

         ଗରୁଡ ପଛରେ ରହି ।3।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics