ନୀଳକନ୍ଦରର ନୀଳମଣି
ନୀଳକନ୍ଦରର ନୀଳମଣି
ନୀଳକନ୍ଦରର ନୀଳମଣି ତୁ ଯେ
ଡାକିଲୁ ଇଶାରା ଦେଇ
ଭକତି ପସରା ଦୃଦୟରେ ଭରି
ଶ୍ରୀ କ୍ଷେତ୍ରେ ଯାଉଛି ମୁହିଁ
ତୋର ଦରଶନ ପାଇଁ ।1।
ଭାବ ଭକ୍ତି ପ୍ରେମ ଚାହାଣି ତୋହର
ତୁଣ୍ଡେ ସଦା ତୋ ବନ୍ଦନା
ଭକତି ହୃଦୟେ ଅଭୁଲା ସ୍ମୃତି ତୁ
ନିନ୍ଦାର କାଚ ଆଇନା
ଭାବରେ ବାନ୍ଧିଛୁ କେତେ ଦୁଖୀ ରଙ୍କି
ବଡଦାଣ୍ଡେ ଛନ୍ତି ରହି
ନୀଳଚକ୍ରେ ତୋର ଚାହିଁ l2l
ଅରୁଣ ସ୍ତମ୍ଭଟି ଟିକିଏ ରହିବି
ନୀଳଚକ୍ର ବାନା ଚାହିଁ
ବାଇଶି ପାହାଚ ଧୂଳି ମୁଣ୍ଡେ ବୋଲି
ବେଢାରେ ବୁଲିବି ଯାଇ
ମନ ଲୋଭା ତୋର ସେ ରୂପ ଦର୍ଶନେ
ରତ୍ନ ସିଂହାସନେ ଥାଇ
ଗରୁଡ ପଛରେ ରହି ।3।
