STORYMIRROR

Debadatta Jena

Romance Tragedy Thriller

3  

Debadatta Jena

Romance Tragedy Thriller

ନୀଳାକାଶର ରଂଗ...

ନୀଳାକାଶର ରଂଗ...

1 min
192

ଯେତେ ମାଖିଲେ ବି ମୋ ମନ ବୁଝୁନି 


ମୋ ଦେହ ଆକାଶ ରଂଗ, 


ଯେତେ ଚାହିଁଲେ ବି ସେ ରଂଗ ଲାଗୁନି 


ଏ ହୃଦୟ ଆକାଶୀ ରଂଗ, 


କୁହ ତୁମେ ଥରେ, ତୁମ ରୂପ ଦେଖି 


ଏ ସାଗର ହୁଏ କି ରଂଗ..? 


ତୁମ ରୂପ ଜ୍ୟୋସ୍ନା, ତୁମ ନୀଳ ଆଭା 


ରତ୍ନ ଗର୍ଭା, ନୀଳ ତରଙ୍ଗ..!


ତୋ ରଂଗରେ ଯେତେ ଗଭୀରତା ଅଛି 


ଜାଣେ କି ନୀଳ ସମୁଦ୍ର..? 


ଚୋରାଇ ନେଇଛି,ସେ ରୂପ ଲାବଣ୍ୟ 


ହୋଇଛି ନୀଳିମା ପୂର୍ଣ୍ଣ..!


ମୁଁ ମାଗୁଛି ଯେତେ,କୁହ ତେବେ ମତେ 


ଦେଇ ପାରିବି କି ମୂଲ୍ୟ..? 


କେଉଁ ପୁଣ୍ୟ ବଳେ ସବୁ ରଂଗ ମାଖି 


ରହିଛ ସେ ପାରାବାରେ, 


ମୁଁ ଯେତେ ମାଗିଲେ ଇନ୍ଦ୍ରଧନୁ ସାଜି 


ଫେରି ଯାଅ ଅନ୍ଧାରରେ..!


ଏବେ ରଙ୍ଗହୀନ ଇନ୍ଦ୍ରଧନୁ, 


ଶ୍ରାବଣରେ ଆସି,ଶିଶିରରେ ଫେରେ, 


ଶୂନ୍ୟ ମୋ ଆକାଶ ଯେଣୁ..!!


ତୁମେ ଦେଲେ ରଂଗ,ବିଭବ ବେଭାର 


ଆଶା ମୋର ଅସୁମାରୀ, 


ଶୀତ କି ବସଂତ, ଶରତ ହେମନ୍ତ, 


ସୀମାହୀନ ସେ ଲହରୀ..!


କହିବ କି କେବେ, ମନ ହେବ ଯେବେ, 


ସବୁଜ ନୀଳ ଶ୍ରାବଣୀ, 


ତୁମ ନୀଳିମାରୁ ରଂଗ ଟିକେ ଆଣି, 


ସାଜିବି ନୀଳ ଲହରୀ..? 


ସବୁ ରଂଗ ଓ ରୂପର ସମ୍ମିଶ୍ରଣ ତୁମେ, 


ସୁଷମାରେ ପରିପୂର୍ଣ୍ଣ,


କୁହ ତେବେ ଥରେ,ଫେରିବ କି କେବେ 


ତୁମେ...! ତୁମ ମନ... 


ହୋଇ ମୌସୁମୀ ନୀଳବର୍ଣ୍ଣ, 


କୁହ ତେବେ ମତେ, ଫେରିବ କି ଏବେ, 


ମୋ ଶେଷ ଶ୍ରାବଣରେ..


ହେଇ ନୀଳ ଆକାଶର ରଂଗ..!


    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance