STORYMIRROR

Pratima Satpathy

Classics

4  

Pratima Satpathy

Classics

ନୀଳାଚଳ ରସିକ ମଣି

ନୀଳାଚଳ ରସିକ ମଣି

1 min
12

ପ୍ରତିମା ଶତପଥି,,, ଜିଲ୍ଲା,,,, ଯାଜପୁର।

କବିତା ଶୀର୍ଷକ, ନୀଳାଚଳ ରସିକ ମଣି।

ନୀଳାଚଳ ରସିକ ମଣିର ସଖୀ 

    କି ସୁନ୍ଦର ଚକା ଡୋଳା 

ବାରମାସରେ ତା ତେର ପରବରେ 

      ରଚେ ମାନବୀୟ ଲୀଳା ।

ଭାବର ରସିକ ଭାବର ବଣିକ 

     ଭାବ ସହରରେ ଘର 

ଭାବ ବିନୋଦିଆ ଭାବ ଡୋରେ ବନ୍ଧା 

     ଅଭାବରେ ହୁଏ ଦୂର ।

ରସିକ ମଣିକୁ ଭାବ ବନ୍ଧନରେ 

     ବାନ୍ଧିଥିଲେ ଗୋପ ନାରୀ 

ଭାବର ରସରେ ତଲ୍ଲୀନ ହୋଇଣ 

      ସଂସାରରୁ ଗଲେ ତରି।

ରସ ରସିକ ସେ ତା ପ୍ରେମ ରସରେ 

     ଉବୁଟୁବୁ ହୋଇଗଲେ 

ମନୁଷ୍ୟ ଜୀବନ ସାର୍ଥକ ହୋଇବ 

     ଭବ ରଙ୍ଗ ଭୂମି ତଳେ।

ଷୋହଳ ସହସ୍ର ଗୋପନାରୀ ପାଶେ 

     ଷୋହଳସସ୍ର ରସିକ 

ହୋଇ କୁଞ୍ଜବନେ ରାସଲୀଳା କରି 

      କରେ କେଳୀ କଉତୁକ।

ବସି ନୀଳାଚଳେ ବଡ ଦେଉଳରେ 

    ଭାଇ ଭଉଣୀ ଙ୍କ ସଙ୍ଗେ 

ଭକ୍ତଙ୍କ ଆକୁଳ ପ୍ରାର୍ଥନା ଶୁଣଇ 

    ମଜ୍ଜିଥାଇ ଭାବ ରଙ୍ଗେ।

କେଉଁ ଗୋପୀ ଘରେ ଲବଣୀ ଚୋରାଇ 

    ରସିକ ମଣି ଟି ଖାଏ 

ଯଶୋଦା ଆଗରେ ଗୁହାରୀ କରିଲେ 

   ସତ କଥା ମିଛ ହୁଏ।

ଗୋପୀ ମାନଙ୍କର ମାଠିଆ ଭାଙ୍ଗେ ସେ 

    ବସନ ନିଏ ଚୋରାଇ 

ଯମୁନା ଘାଟରେ ଡଙ୍ଗା ପାର କରେ 

       ସାଜିଣ ନାଉରି ଭାଇ।

କେତେବେଳେ ସିଏ ଗୁଣିଆ ପାଲଟି 

     ରାଧାଠୁ ଭୁତ ଛଡାଏ 

ପୁଣି କେବେ ଚୁଡ଼ିବାଲା ବେଶ ଧରି 

     ଚୁଡ଼ି ବିକ୍ରି କରିଥାଏ ।

କେତେ ମାୟା ରଚେ ରସିକ ମଣି ଟି 

      କେହି ପାରନ୍ତିନି ଜାଣି 

ମାୟାଧର ନାମ ସାର୍ଥକ କରିଛି 

      ଶ୍ରୀକ୍ଷେତ୍ର ରସିକ ମଣି।


Rate this content
Log in

Similar oriya poem from Classics