STORYMIRROR

jyotsna mayee panda

Tragedy

4  

jyotsna mayee panda

Tragedy

ନୀଳ ନୀରବତା

ନୀଳ ନୀରବତା

1 min
277

ଉତ୍ସୃଙ୍ଖଳ କେଶରାଶି

ମନ ରେ ମୌନ ନୀରବତା

ନିର୍ଲଜ ନୟନ ପ୍ରାନ୍ତେ ସତେ ଅବା

ସ୍ୱପ୍ନଲୀନା ନୀଳ ନୀରବତା ll

ଉତ୍ତୁଙ୍ଗ ଲହରୀ ଖେଳେ

ନବ ଯୌବନ ରେ ଅଙ୍ଗେ ଅଙ୍ଗେ

ସତେ କି ମଧୁପ ଭ୍ରମେ

କୁମୁଦିନୀ ଦେହ ର ତରଙ୍ଗେ ll

ନିର୍ଜନତା ଆଜି କହେ...

ଶୀତଳ କବରୀ ଦେହେ

ସତେ ଅବା ସାଗର ତରଙ୍ଗେ

ବିମୋହିତ ପ୍ରାୟେ... ll

ସୁନୀଲ ଜଳଧି ଗାଏ

ଜୀବନ ର ଗୀତ

ଉଜ୍ଜଭାସଇ ଜ୍ୟୋତ୍ସ୍ନା ରେ ଆଜି

ଶୁକ୍ଳ ଶରୀର ବିଧୌତିତ ll

ବିପୁଳ ବେଦନା ବିଦ୍ଧେ

ସତେ ଅବା ହୃଦ କାନନ ରେ

ଦେହେ ତାର ଶୀତଲତା

ପ୍ରିୟ ଆଗମନେ... ll

ଓଠ ତାର ପଦ୍ମରାଗେ

ସୁକୋମଳ ଅତି...

ଅଳସୀ କନ୍ୟା ସେ ଅଟେ

ଅଟେ ସେ ସୁକେଶୀ ll

ରମ୍ଭା, ମେନକା ର ତୁଲେ

ରୂପେ ସିଏ ଅଟେ ପଦ୍ମାବତୀ

ନୀଳ ନୟନା ସେ ତାର

ନିରବ ଚାହାଣି.....

କହିଦିଏ ଜୀବନ ର ଅନେକ କାହାଣୀ ll



Rate this content
Log in

Similar oriya poem from Tragedy