STORYMIRROR

Pravat Kumar Mohapatra

Inspirational Children

3  

Pravat Kumar Mohapatra

Inspirational Children

ନଈ

ନଈ

1 min
300

ନଈରେ ନଈ

କେଉଁଠାରୁ ଜଳ ଆଣୁ ତୁ ବୋହି

ସତ କହ ନଈ ଏଥିରେ ପାଉତୁ କେତେ ଯେ ଲାଭ

ପଟୁ ଆଣି ବାଣ୍ଟୁ ନରଖି ଲୋଭ ।


ନଈରେ ନଈ

କହ ସତ ତୁହି ନ ଭାବି ଅନ୍ୟଥା

କେଉଁ ପର୍ବତରୁ ଗଡି ଗଡି ତୁହି

କେତେ ବଣ ବୁଦା ଜଙ୍ଗଲ ଡେଇ

ସ୍ଥଳରେ ପଶୁ ତୁ ନଲାଗେ ବ୍ୟଥା ।


ନଈଲୋ ନଈ ହେ ପ୍ରିୟ ସହି

ବରଷା କାଳରେ ଫୁଲୁ ତୁ ଜଳରେ

ଭାଙ୍ଗି ବାଡ଼ ବନ୍ଧ ଫିଟାଇ ଘାଇରେ

ତୋର ସେ ଭୈରବୀ ରୂପ ଦେଖି ଆମେ

ଡରିମରି ଯାଉ ଶୟନେ ସପନେ

ତୋର ଭୀମରଡ଼ି କେଡ଼େ ଭୟଙ୍କର

ଭୟ ଆସୁପଛେ ତଥାପି ସୁନ୍ଦର

ପିଲାଏ ଲେଖନ୍ତି “ନଈବଢି ଦୃଶ୍ୟ”

ସତ ଲୋ ନଈ ତୁ ଆମର ନମସ୍ୟ ।


ବିଲୁଆ ଦଉଡ ସେ କିଆ ବଣକୁ

ତୋର ଗତି ପରା ସାଗର ଜଳକୁ

ତୁହିତ ଅଧିର ମିଶିବୁ ସାଗରେ

ଆମେ ବି ଅଧିର ତୋତେ ଦେଖିବାରେ

ନଈଲୋ ନଈ

ଶେଷରେ ତୋତେ ଯେ ଏତିକି ମିନତୀ

ନାରାୟଣୀ ରୂପି କରିଦେତୁ ଇତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational