ନଈ
ନଈ
ନଈରେ ନଈ
କେଉଁଠାରୁ ଜଳ ଆଣୁ ତୁ ବୋହି
ସତ କହ ନଈ ଏଥିରେ ପାଉତୁ କେତେ ଯେ ଲାଭ
ପଟୁ ଆଣି ବାଣ୍ଟୁ ନରଖି ଲୋଭ ।
ନଈରେ ନଈ
କହ ସତ ତୁହି ନ ଭାବି ଅନ୍ୟଥା
କେଉଁ ପର୍ବତରୁ ଗଡି ଗଡି ତୁହି
କେତେ ବଣ ବୁଦା ଜଙ୍ଗଲ ଡେଇ
ସ୍ଥଳରେ ପଶୁ ତୁ ନଲାଗେ ବ୍ୟଥା ।
ନଈଲୋ ନଈ ହେ ପ୍ରିୟ ସହି
ବରଷା କାଳରେ ଫୁଲୁ ତୁ ଜଳରେ
ଭାଙ୍ଗି ବାଡ଼ ବନ୍ଧ ଫିଟାଇ ଘାଇରେ
ତୋର ସେ ଭୈରବୀ ରୂପ ଦେଖି ଆମେ
ଡରିମରି ଯାଉ ଶୟନେ ସପନେ
ତୋର ଭୀମରଡ଼ି କେଡ଼େ ଭୟଙ୍କର
ଭୟ ଆସୁପଛେ ତଥାପି ସୁନ୍ଦର
ପିଲାଏ ଲେଖନ୍ତି “ନଈବଢି ଦୃଶ୍ୟ”
ସତ ଲୋ ନଈ ତୁ ଆମର ନମସ୍ୟ ।
ବିଲୁଆ ଦଉଡ ସେ କିଆ ବଣକୁ
ତୋର ଗତି ପରା ସାଗର ଜଳକୁ
ତୁହିତ ଅଧିର ମିଶିବୁ ସାଗରେ
ଆମେ ବି ଅଧିର ତୋତେ ଦେଖିବାରେ
ନଈଲୋ ନଈ
ଶେଷରେ ତୋତେ ଯେ ଏତିକି ମିନତୀ
ନାରାୟଣୀ ରୂପି କରିଦେତୁ ଇତି ।