STORYMIRROR

Ashok Kumar Pradhan

Thriller

4  

Ashok Kumar Pradhan

Thriller

ନିହତ୍ୟ ସତ୍ୟ

ନିହତ୍ୟ ସତ୍ୟ

1 min
23.7K


ଇଚ୍ଛା ଅଛି 

ନୀଳ ଆକାଶର 

ଶୁଭ୍ର ବାଦଲକୁ 

ଚିରି ଉଡି ଯିବାକୁ 

ମହାଶୂନ୍ୟରେ ll


ସତରେ ନ ହେଲେ ବି 

କାଗଜ ରକେଟ ଭଳି 

କ୍ଷୀପ୍ର ଗତିରେ 

ହଜି ଯିବାକୁ 

ବିନ୍ଦୁଟିଏ ଭଳି ll


କାହାକୁ ଧରା ନ ଦେଇ 

ମୁକ୍ତ ଆକାଶର 

ବିହଙ୍ଗ ଭଳି 

ଅବିରତ 

ଘୁରି ବୁଲିବାକୁ ll


ସ୍ଵପ୍ନ ତ ଅନେକ 

ଚେଷ୍ଟା ବି ନିଆରା 

ଅଜଣା ଉଚ୍ଛ୍ଵାସ 

ପ୍ରୀତି ପରିଭାଷା 

ଇପ୍ସିତ ଆଶା ll


ଗୋଟେ ନିଚ୍ଛକ 

ସତ୍ୟକୁ 

ସାମନା କରିବାର 

ଆଗ୍ରହ 

ଆଉ ଉନ୍ମାଦନା ll


ଅତିକ୍ରାନ୍ତ ପରେ 

ପଛକୁ 

ନ ଚାହିଁବାର 

ଅନିଚ୍ଛାକୃତ 

ତ୍ରୁଟିର 

ପୁନରାବୃତ୍ତି ll


ପବନର ସାହାରା 

ଖୋରାକ ଦିଏ 

ଆଉ ଅଗ୍ରସର 

ହେବା ପାଇଁ 

ଖୁସି ଲାଗେ 

ହଜି ଯିବାକୁ ll


ଦୂର ଦିଗନ୍ତର 

ନୂତନତ୍ୱ 

ଭରି ରହିଛି 

ଅଭିପ୍ସା 

ସ୍ମୃତି ସାଉଁଟିବାର ll


ଉଠିବ ଯେତିକି 

ପଡିବ ସେତିକି 

ଏହାହିଁ ନିୟତି 

ବିଧିର ବିଧାନ 

ଦୁଃଖ କାହିଁକି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller