Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kalandi pal

Inspirational

4  

Kalandi pal

Inspirational

ନିଃସଙ୍ଗତା

ନିଃସଙ୍ଗତା

1 min
388



ନିଃସଙ୍ଗତା ଆଣିଦିଏ ନିରୋଳା ନିର୍ଜନ

ନିଦାଘେ ନଗ୍ନ ବୃକ୍ଷ ସମ ନିଦାରୁଣ

ନିର୍ଜନ ଦୀପର ନିର୍ବାସନ ସମ ଦିନ

ନିୟତିର ନିହିତ ଏ ଭାବୁଥାଏ ମନ ।


ନିଃସଙ୍ଗତା ଗଢି ତୋଳେ ନିରସ ଜୀବନ

ନିଃସଙ୍ଗତା ଭରିଯାଏ ନୀତିରେ ଯେ ନ୍ୟୁନ

ନଶ୍ୱର ଜୀବନେ ତୋଳେ ବିଷର ସଉଧ

ନିଜ ଦୋଷେ ପ୍ରାଣୀ ମରେ କୁହନ୍ତି ବିବୁଧ ।


ନଶ୍ୱର ଶରୀରେ ଆତ୍ମା ଥାଏ ତ ବନ୍ଧୁତ୍ୱେ

ନେପଥ୍ୟେ ମରଣ ଡାକେ ନିଃସଙ୍ଗତା ପଥେ

ନ ଯାଏ ସାଥିରେ କେହି ହୋଇଲେ ମରଣ

ନିଃସଙ୍ଗତା ଖାଲି ନିଃସଙ୍ଗତା ବୁଝି ହୁଏନି କାରଣ ।


ନିଃସଙ୍ଗତା ଲାଭ କରି ସାଧୁସନ୍ଥେ ବନେ

ନିରସ ମନରେ ଭରେ ନୈପୁଣ୍ୟ ନିସ୍ଵନେ

ନ୍ୟାର୍ଯ୍ୟ ଜୀବନର ନୈବେଦ୍ୟ କରନ୍ତି ଅର୍ଜନ

ନିଃସଙ୍ଗତା ସାଧୁ ସନ୍ଥେ ସୁସ୍ଥ ନିକେତନ ।



Rate this content
Log in