STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ନିଃସଙ୍ଗତା

ନିଃସଙ୍ଗତା

1 min
426

ନିଃସଙ୍ଗତା ସ୍ଥିତି ବିଚ୍ଛନ୍ନାଚଳରେ

ନିଃସଙ୍ଗ ହୋଇଛି ଏବେ,

ନାହିଁ ସଙ୍ଗ ଏବେ ଓଡିଶା ରାଜ୍ୟରୁ

ନାହିଁ ଝାଡ଼ଖଣ୍ଡୁ ଏବେ।୧।


ଅତି ଦୁଃଖଦାୟୀ ଜୀବନର ପୀଡା

ଅଥୟ କରୁଛି ଏବେ,

କପାଳ ଆଦରି ଓଡ଼ିଆ ହିଁ ଭାଷୀ

ଜୀବନ ବ୍ୟତୀତ ଏବେ।୨।


ନାହିଁ ପାଠଶାଳା ଓଡ଼ିଆର ପାଇଁ

ନ ମିଳେ ଓଡ଼ିଆ ବହି,

ନାହାନ୍ତି ଶିକ୍ଷକ ଓଡ଼ିଆ ଭାଷାର

ନିଃସଙ୍ଗତା ଏବେ ଏହି।୩।


ଓଡିଶା ବିଚ୍ଛନ୍ନା ସିଂହଭୂମି ଏବେ

ହେଲା ତିନି ଜିଲ୍ଲା ତହିଁ,

ଓଡ଼ିଆ ଜନଙ୍କ ଜନ୍ମଭୂମି ଏହୁ

ଭକ୍ତି ଜଗନ୍ନାଥ ଯହିଁ।୪।


ନିଃସଙ୍ଗତା ବଦ୍ଧ ହେଉ ଅଛି ଏବେ

ସଙ୍ଗ ମିଳୁ ନାହିଁ କାର,

ମଝି ଧାରେ ସର୍ବେ ଛାଡ଼ି ଚାଲିଗଲେ

ନଜର ନ ପଡେ କାର।୫।


ଭାଷା ଶୂନ୍ୟ ଭୂମି ରହି ଅଛି ଯାର

ଯାର କପାଳଟି ହୀନ,

ଜଗନ୍ନାଥ ଧ୍ୟାନ ନ ପଡେ ଭୂମିରେ

ନାହିଁ ସରକାର ଧ୍ୟାନ।୬।


ଶିକ୍ଷା ନାହିଁ ଭୂମି ମରଣଠୁ ହୀନ

ପଶୁ ପରି ପ୍ରାଣ ଆମ୍ଭ,

ଖାଦ୍ୟ ମିଳୁ ଅଛି ପଶୁର ଜୀବନ

ନାହିଁ ଭାଷା ଶିକ୍ଷା ଆମ୍ଭ।୭।


ଅତି ହିଁ ଯନ୍ତ୍ରଣା ବିବେକ ଦେଉଛି

ନିଃସଙ୍ଗତା ଏହୁ ଜନେ,

ନିଃସଙ୍ଗତା ଦୁଃଖ ଦୂର ହେଉ ଆମ୍ଭ

ଭାଷା ଶିକ୍ଷା ହେଉ ଜନେ।୮।


ଏତିକି ଗୁହାରି ଜଗନ୍ନାଥ ପଦେ

ଭାଷାପୂର୍ଣ୍ଣ କର ଭୂମି,

ଓଡ଼ିଆଭାଷୀଙ୍କ ଶିକ୍ଷା ଓଡ଼ିଆରେ

ମିଳୁ ଏ ବିଚ୍ଛନ୍ନା ଭୂମି।୯।


ନିଃସଙ୍ଗତା ସ୍ଥିତି ବିଚ୍ଛନ୍ନାଚଳରେ

ନିଃସଙ୍ଗ ହୋଇଛି ଏବେ,

ନାହିଁ ସଙ୍ଗ ଏବେ ଓଡିଶା ରାଜ୍ୟରୁ

ନାହିଁ ଝାଡ଼ଖଣ୍ଡୁ ଏବେ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy