STORYMIRROR

Samar Ballav Bhoi

Abstract Romance Inspirational

4  

Samar Ballav Bhoi

Abstract Romance Inspirational

ନିଃସଙ୍ଗତା

ନିଃସଙ୍ଗତା

1 min
486


ଜୀବନର ପ୍ରତ୍ୟେକ ରାତି ପାଇଁ

ନିଦ ଆସୁ କି ନ ଆସୁ 

ଅଜଣା ଅତିଥି ପରି ପଶି ଆସେ 

ଆଉ ସାଥିରେ 

ଆଣିଥାଏ ନୂଆ ନୂଆ ସପନ

ସପନ ଟା ଭାରି ଅମାନିଆ

କେତେବେଳେ ହଠାତ୍ 

ଆସିଯାଏ ହୃଦୟ ବେଳାରେ ।


କେତେବେଳେ ସ୍ମୃତି ହୋଇ 

ମନ ଭାବନାର ଡାଇରୀ ପୃଷ୍ଠାକୁ 

ଏପଟସେପଟ ଲେଉଟାଇ ନିଏ

ଫର୍ଦ୍ଦ ଫର୍ଦ୍ଦ କରି ଉଲଟାଇ ଦେଖୁଥାଏ 

ହିସାବ ନିକାଶ କରୁଥାଏ

ବିଗତ ଦିନର ଅଭୁଲା ସ୍ମୃତି ସବୁ

ଭାବନାର ଉଦବେଳିତ ନିବୁଜ 

କୋଠରୀ ଭିତରେ ।


ଖୋଜୁଥାଏ ସେହି ବିଗତ ମୁହୁର୍ତ୍ତ କୁ

ବିଜନତା ର ଉନ୍ମୁକ୍ତ ପ୍ରାନ୍ତରେ

ହୃଦୟେ ଭରିଯାଏ ନିଃସଙ୍ଗତା

ଏକା ଏକା ଫେରି ଚାହେଁ ଆକାଶକୁ

ଭାବୁଥାଏ ହେ ଆକାଶ ତୁମେ ବି 

ତାରା ଆଉ ନକ୍ଷତ୍ର ବିନା ।


ବର୍ଷ ବର୍ଷ ଧରି ବିତିଯାଇଥିବା 

ସମୟ ନଦୀର ପ୍ରତିଟି ସ୍ରୋତ ସବୁ

ମନ ଆଲମାରୀ ଖୋଲି 

ବାରମ୍ବାର ଖୋଜିଲେ

ପୁରୁଣା ସ୍ମୃତିର ପୃଷ୍ଠାଟି  

ଝଲସି ଉଠେ

ଅମାନିଆ ପବନରେ ସ୍ମୃତି ସବୁ 

ଚହଲି ଯାଏ ପାଣି ଚହଲା ଚେହେରା ପରି

ସବୁବେଳେ ମନେପଡେ ହଜିଯାଇଥିବା

ସେହି ମୂହୁର୍ତ୍ତ ଗୁଡିକ

ଭାବନାର ବିଜନ ବେଳାରେ

ନିଃସଙ୍ଗତା ର ବାଲୁକା ପ୍ରାନ୍ତର ପରି ।


ନିଃସଙ୍ଗତା ଓ ଵିଜନତା ସତେ ଯେମିତି 

ଜୀବନ ଗଣିତର ମାନସାଙ୍କ ପରି

ମାନସାଙ୍କ କଷୁକଷୁ ବେଳେ ବେଳେ

ଅତି ପ୍ରିୟ ପରି ଲାଗେ ତ ପୁଣି 

କେବେ ଅଛିଣ୍ଡା ଗଣିତ ପରି 

ରହିଯାଏ ଜୀବନର ଶେଷ ଯାଏ

ଥୁଣ୍ଟା ଗଛଟିଏ ପରି ଏକା ଏକା

ବିତିଯାଏ ଜୀବନର ସବୁ ସୁଖ ଦୁଃଖ

ଖୁଣ୍ଟି ଖୁଣ୍ଟି ଫେରାଇ ଆଣିବାକୁ 

ସ୍ମୃତି ର ବିଗତ ଦିନସବୁ

ବିଜନତା ର ଆଢ଼ୁଆଳରେ

ବସି ବସି ଦେଖୁଥାଏ

ଅନୁଭବ କରୁଥାଏ 

ନିଃସଙ୍ଗତା ର ସ୍ବପ୍ନ ସବୁ ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract