STORYMIRROR

Sunanda Mohanty

Abstract Tragedy Others

3  

Sunanda Mohanty

Abstract Tragedy Others

ନିଃସଙ୍ଗତା

ନିଃସଙ୍ଗତା

1 min
249

କେବେ ତୁ ଆସୁ କେଜାଣି 

ଗହଳି ଚହଳିରେ ବି ପୁଣି 

କେବେ ନିରୋଳା ସ୍ୱତନ୍ତ୍ର ଏକାନ୍ତ ଜାଣି 

କେବେ ପୁଣି କଳକଳ ଛଳଛଳ ଉଜାଣି 

ତତେ ମୁଁ ପାଏ ସମୁଦ୍ର କୂଳରେ 

କେବେ ଛାତ ଉପରେ ଜୋଛନା ରାତିରେ 

କେବେ ମନର ମଣିଷ ଥାଇ ବି ପାଖରେ 

କଣ ଲୋଡ଼ା କାହିଁ ତୁ ଥାଉ ମୋ ଭିତରେ 

ନିଜକୁ ନିଜ ପ୍ରଶ୍ନ ଦୋହରାଇ ଥରେ ଥରେ 

ତୁ ବୋଧେ ଏକ ଅଦ୍ଭୁତ ଖିଆଲୀ ପଣ ମୋ ସଂସାରେ 

ଅବଶ୍ୟ ଶବ୍ଦ ଖୋଜିଲାବେଳେ ଜନ୍ମକଲା ପୁଅଝିଅଙ୍କ ପିଲାବେଳ 

ଖୋଜିଲା ବେଳେ କିଛି ସ୍ମୃତି ଆଉ ଅନୁରାଗ ଭରା ଅନୁରକ୍ତି 

ତୁ ଧସେଇ ପଶୁ ମନ ଇଜଲାସ ରେ 

ଜ୍ୟାମିତିକ ଚିତ୍ରପଟ ର ଘୁରୁଥିବା ବୃତ୍ତ ବୋଧେ ତୁ 

ଆଉ ମତେ କରି କେନ୍ଦ୍ର ତୁ ଆଁକୁଛୁ ବୃତ୍ତ ପରେ ବୃତ୍ତ ବଢାଇ 

ବ୍ୟାସ ବ୍ୟାସାର୍ଦ୍ଧ, ତ ଏକାଧାରରେ ମୋ ଜୀବନରେ 

ସାହିତ୍ୟ ବିଜ୍ଞାନ ଗଣିତ ହୋଇ ଆସୁ କାହିଁକି ନିଃସଙ୍ଗତା 

ମତେ ଦୁଃଖ ଦେଇ ଜଳେଇ ପୋଡି ମାରିବାକୁ କିଆଁ ଭଲପାଉ 

ସବୁଥାଇ ବି ତତେ ପାଏ ମେଂଚାଏ ଅଳନ୍ଧୁ ଭିତରେ 

ପୋଡା ଅଙ୍ଗାରରେ, ହରିନାମ ସତ୍ୟ ଶୁଣିଲା ଭିତରେ 

ତୋ ପ୍ରତି ମୋ ଅନୁରକ୍ତି ନା ମୋ ପ୍ରତି ତୋ ଭାବ ପ୍ରୀତି ଓ ଆସକ୍ତି 

କେଉଁ ତିଥି ବାର ଲଗ୍ନରେ କେଜାଣି ବଢ଼ିଲା କେମିତି 

ବଞ୍ଚାଅ ବଞ୍ଚାଅ ପ୍ରକୃତି ଦେଇ ପ୍ରତିଶ୍ରୁତି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract