ନିଃସଙ୍ଗତା
ନିଃସଙ୍ଗତା
କେବେ ତୁ ଆସୁ କେଜାଣି
ଗହଳି ଚହଳିରେ ବି ପୁଣି
କେବେ ନିରୋଳା ସ୍ୱତନ୍ତ୍ର ଏକାନ୍ତ ଜାଣି
କେବେ ପୁଣି କଳକଳ ଛଳଛଳ ଉଜାଣି
ତତେ ମୁଁ ପାଏ ସମୁଦ୍ର କୂଳରେ
କେବେ ଛାତ ଉପରେ ଜୋଛନା ରାତିରେ
କେବେ ମନର ମଣିଷ ଥାଇ ବି ପାଖରେ
କଣ ଲୋଡ଼ା କାହିଁ ତୁ ଥାଉ ମୋ ଭିତରେ
ନିଜକୁ ନିଜ ପ୍ରଶ୍ନ ଦୋହରାଇ ଥରେ ଥରେ
ତୁ ବୋଧେ ଏକ ଅଦ୍ଭୁତ ଖିଆଲୀ ପଣ ମୋ ସଂସାରେ
ଅବଶ୍ୟ ଶବ୍ଦ ଖୋଜିଲାବେଳେ ଜନ୍ମକଲା ପୁଅଝିଅଙ୍କ ପିଲାବେଳ
ଖୋଜିଲା ବେଳେ କିଛି ସ୍ମୃତି ଆଉ ଅନୁରାଗ ଭରା ଅନୁରକ୍ତି
ତୁ ଧସେଇ ପଶୁ ମନ ଇଜଲାସ ରେ
ଜ୍ୟାମିତିକ ଚିତ୍ରପଟ ର ଘୁରୁଥିବା ବୃତ୍ତ ବୋଧେ ତୁ
ଆଉ ମତେ କରି କେନ୍ଦ୍ର ତୁ ଆଁକୁଛୁ ବୃତ୍ତ ପରେ ବୃତ୍ତ ବଢାଇ
ବ୍ୟାସ ବ୍ୟାସାର୍ଦ୍ଧ, ତ ଏକାଧାରରେ ମୋ ଜୀବନରେ
ସାହିତ୍ୟ ବିଜ୍ଞାନ ଗଣିତ ହୋଇ ଆସୁ କାହିଁକି ନିଃସଙ୍ଗତା
ମତେ ଦୁଃଖ ଦେଇ ଜଳେଇ ପୋଡି ମାରିବାକୁ କିଆଁ ଭଲପାଉ
ସବୁଥାଇ ବି ତତେ ପାଏ ମେଂଚାଏ ଅଳନ୍ଧୁ ଭିତରେ
ପୋଡା ଅଙ୍ଗାରରେ, ହରିନାମ ସତ୍ୟ ଶୁଣିଲା ଭିତରେ
ତୋ ପ୍ରତି ମୋ ଅନୁରକ୍ତି ନା ମୋ ପ୍ରତି ତୋ ଭାବ ପ୍ରୀତି ଓ ଆସକ୍ତି
କେଉଁ ତିଥି ବାର ଲଗ୍ନରେ କେଜାଣି ବଢ଼ିଲା କେମିତି
ବଞ୍ଚାଅ ବଞ୍ଚାଅ ପ୍ରକୃତି ଦେଇ ପ୍ରତିଶ୍ରୁତି l