STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ନିଃଶ୍ବାସ ବିଶ୍ବାସ

ନିଃଶ୍ବାସ ବିଶ୍ବାସ

1 min
149


ନିଃଶ୍ବାସ ବିଶ୍ବାସ ଜୀବନର ଦୁଇ ଅତୁଲ୍ୟ ଜିନିଷ

ଏକଇ ଛୁଟିଲେ ଜୀବନ ହୁଅଇ ଅଚିରେ ନିଃଶେଷ

ଦାମ୍ଭିକ ମଣିଷ ପାଲୋଟେ ମାତ୍ର ମୁଠାଏ ପାଉଁଶ।

ବିଶ୍ବାସ ନିଃଶ୍ବାସ ଯେବେ କରନ୍ତି ଯୁଗଳ ରାହାସ 

ଏଇ ମଣିଷ ଲଭଇ ଜୀବନରେ ପରମ ଉଚ୍ଛ୍ବାସ 

ହୁଅଇ ତାହାକୁ ପ୍ରାପ୍ତ ଦୁନିଆର ସର୍ବବିଧ ସନ୍ତୋଷ।

ବିଶ୍ବାସରେ ଯେବେ ମିଶଇ ଟୋପାଏ ବିଷ

ଛାତିକୁ ବିଦାରି କଇଁ କଇଁ କାନ୍ଦଇ ମଣିଷ

କୂଟିଳ ବିଶ୍ବାସଘାତୀ କରଇ ତାହାର ସର୍ବନାଶ।

ବିଶ୍ବାସଘାତର ଶିକାର ମଣିଷ ହେଇଲେ ଥରେ 

ଆଉ କି ସେ କାହାକୁ ସହଜେ ବିଶ୍ୱାସ କରେ 

ବିଶ୍ବାସ ବିହୁନେ ଜୀଇଁ ଥାଇ ବି ନିତି ମରେ।

ଚଉଦିଗ ଦିଶଇ ଅନ୍ଧାର ହେଇଲେ ହତାଶ 

ବଢଇ ମଣିଷର ଘନ ଘନ ଉର୍ଦ୍ଧ୍ବ ଶ୍ବାସ 

କାଳ ନିମିଷକରେ ତାହାକୁ କରଇ ଗ୍ରାସ।

ନିଃଶ୍ବାସକୁ ଦୁନିଆରେ କାହାର ନାହିଁ ତ ବିଶ୍ବାସ 

ବଡ଼ ଦଗାଦିଆ ଯେବେ ହାତ ଛାଡ଼ି ଦେଇ ସେ ଯିବ 

ଯାହା ପଡ଼ି ରହିଥିବ ଏଇ ନିଶ୍ଚଳ ପାର୍ଥିବ ଘଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract