STORYMIRROR

Sarojini Mishra

Classics

4  

Sarojini Mishra

Classics

ନିଃସ୍ଵାର୍ଥପରା ସାବିତ୍ରୀ

ନିଃସ୍ଵାର୍ଥପରା ସାବିତ୍ରୀ

1 min
257


 

ଆମ ସଂସ୍କୃତିରେ ଆର୍ଯ୍ୟ ନାରୀ ଗାଥା

ସାରା ବିଶ୍ଵରେ ବିଦିତ

ତା ମହନୀୟତା ନିଃସ୍ଵାର୍ଥପରତା

ତାକୁ ଦେଇଛି ମହତ୍ତ୍ଵ ।


ତ୍ୟାଗଶୀଳା ସିଏ ସହନଶୀଳା ସେ

ଜ୍ଞାନ ଗାରିମାରେ ଭରା

ସହ ଗାମିନୀ ଯେ ସେବା ଦାୟିନୀ ସେ

ଜୀବନର ନୀତି ଧାରା ।


ଆର୍ଯ୍ୟ ନାରୀ ଥିଲେ ଅଶ୍ଵପତି କନ୍ୟା

ତପ ଫଳେ ସିଏ ଜାତ

ଅନିନ୍ଦ୍ୟ ସୁନ୍ଦରୀ ଅତି ସୁକୁମାରୀ

ପ୍ରୀତି ନନ୍ଦା ସୁଚିବନ୍ତ ।


ବନ ଭ୍ରମଣରେ ଶାଲ୍ୱ ରାଜପୁତ୍ର

ସତ୍ୟବାନ ସନ୍ଦର୍ଶନେ

ମନେ ମନେ ବର ଭାବେ ବରି ନେଲେ

ସତ୍ୟବାନଙ୍କୁ ଯେ କ୍ଷଣେ ।


ଶାଶ୍ଵତ ପ୍ରେମରେ ନୀତି ଆଦର୍ଶରେ

ପିତାଙ୍କୁ ସ୍ପଷ୍ଟ କହିଲେ

ନାରଦଙ୍କ ଠାରୁ ଅଳ୍ପାୟୁଷ ଜାଣି

ପଛଘୁଞ୍ଚା ସେ ନଦେଲେ ।


ରାଜନବରର ସ୍ଵାର୍ଥ ତ୍ୟାଗ କଲେ

ତ୍ୟାଗ କଲେ ରାଜ ଭୋଗ

ନିଃସ୍ଵାର୍ଥପରା ସେ ଆଦର୍ଶ ମଣ୍ଡିତା

ଭରିଲେ ନିଜ ସୁହାଗ ।


ନିଃସ୍ଵାର୍ଥପରା ଯେ ସତୀ ଶିରୋମଣି

ସବୁ କିଛି ତ୍ୟାଗ କଲେ

ରାଜମହଲ ର ଭୋଗ ତ୍ୟାଗ କରି

ବନସ୍ତରେ ଯେ ରହିଲେ ।


ନିଃସ୍ଵାର୍ଥପରା ସେ ଅଲିଅଳୀ ଜେମା

ସାବିତ୍ରୀ ରାଜ ଦୁଲାରୀ

ନିଜ ସ୍ୱାର୍ଥ ଭୁଲି ବନସ୍ତେ ରହିଲେ

ପତି ପଦ ଅନୁସରୀ ।


ଆର୍ଯ୍ୟ ନାରୀ ସିଏ ଶାଶ୍ଵତ ପ୍ରେମର

ପୂଜାରିଣୀ ପରା ଥିଲେ

ନିଃସ୍ଵାର୍ଥପରା ସେ ନିଜ ସୁଖ ଭୂଲି

ଶାଶୁ ଶ୍ୱଶୁର ସେବିଲେ ।


ନିଃସ୍ଵାର୍ଥପରା ସେ ପତି ପ୍ରାଣ ପାଇଁ

ନିଜ ଚିନ୍ତା ନ କରିଲେ

ଭୟ ଭ୍ରାନ୍ତି ଛାଡ଼ି ନିଜ କଥା ଭୁଲି

ଯମଙ୍କ ପଛେ ଧାଇଁଲେ ।


ସତୀଙ୍କର ଧୈର୍ଯ୍ୟ ଗୁଣର ଗାରିମା

ସୂର୍ଯ୍ୟ ପୁତ୍ରେ ମୋହି ନେଲେ

ସତୀ ସାବିତ୍ରୀ ଯେ ପତିଙ୍କ ପ୍ରାଣକୁ

ଯମଙ୍କ ଠାରୁ ଆଣିଲେ ।


ଦୃଢମନା ସିଏ ଲକ୍ଷ୍ୟ ପୂର୍ଣ୍ଣ। ସତୀ

ନାରୀ ଶ୍ରେଷ୍ଠା ପୁଣ୍ୟପ୍ରାଣା

ନିଜ କଥା ଛାଡ଼ି ଆଦର୍ଶକୁ ଧରି

ଦୁଇ କୂଳ କଲେ ତ୍ରାଣା ।


ନିଃସ୍ଵାର୍ଥପରା ସେ ନାରୀ ଶିରୋମଣି

ନାରୀ ଜାତିର ଗାରିମା

ନାରୀଙ୍କ ପାଇଁ ସେ ଆଦର୍ଶ ଅଟନ୍ତି

ଆର୍ଯ୍ୟବଧୂ ବନ୍ଦନୀୟା ।


   


Rate this content
Log in

Similar oriya poem from Classics