STORYMIRROR

Dusmanta Sahu

Inspirational

2.5  

Dusmanta Sahu

Inspirational

ନିହାତି ଜାଣିବା କଥା

ନିହାତି ଜାଣିବା କଥା

1 min
234



ସାହସୀ ଯେ କିଏ 

    ଯିଏ ସତ୍ୟବାଦୀ 

.      କିଏ ସବୁ ଜାଣେ 

         ଯିଏ ମିଥ୍ୟାବାଦୀ "


ବାଳକ ଯେ କିଏ 

   ଯିଏ ହିଁ ପ୍ରେମିକ 

      ସମ୍ମାନ ନଥାଏ 

        ଯିଏ ହିଁ ଭିକ୍ଷୁକ "


ସ୍ଵାଧୀନରେ କିଏ 

   ନିଷ୍କାମ ଯେ ବ୍ୟକ୍ତି 

      ବନ୍ଧୁତା ବାଧକ 

          କପଟତା ବ୍ୟକ୍ତି "


ଜୟ ହିଁ କାହାର 

   ସଚୋଟ ପ୍ରେମର 

      ଦିନରାତି ନାହିଁ 

        ଆଳସ୍ୟ ବ୍ୟକ୍ତିର "


ବାଳକ ସୁନ୍ଦର 

   ସରଳ ହିଁ ବୋଲି 

      ପ୍ରକୃତ ଦୁଃଖିନୀ 

          ବିଧବା ଯେ ବୋଲି "


ଯୁବକ ସୁନ୍ଦର 

   ଉତ୍ସାହୀ ଯେ ବୋଲି 

       ପୁରୁଷ ଭୂଷଣ 

          ବୀରତ୍ୱ ଯେ ବୋଲି "


ପାଷାଣରୁ ଦୃଢ଼ 

   ପ୍ରତିଜ୍ଞା ବୋଲି 

      ନର୍କ ଭୋଗୀ କିଏ 

          ଦାସତ୍ୱ ବୋଲି "


ସମସ୍ତଙ୍କୁ ଅନ୍ଧ 

    ଅର୍ଥ କରିଥାଏ 

       ଶ୍ରେଷ୍ଠ ଧନ କିଏ 

           ବିଦ୍ୟା ରହିଥାଏ "


ଲଜ୍ଜ୍ୟା କୁହାଯାଏ 

    ନିନ୍ଦିତ କର୍ମକୁ 

        ମୂର୍ଖ କୁହାଯାଏ 

            ନିଜର ଗର୍ବକୁ "


ମହାସୁଖୀ କିଏ 

    ଦୁଃଖ ସୁଖ ଏକ 

       ମହା ଦୁଖୀ କିଏ 

           ସଦା ଲୋଭି ଲୋକ "


ରାଜତ୍ୱ ପତନ 

   ନ୍ୟାୟ ଯେ ନଥାଏ 

       ବିପଦର ବନ୍ଧୁ 

          ଧୈର୍ଯ୍ୟ ରହିଥାଏ "


ମାନୀ ବ୍ୟକ୍ତି ଦୁଃଖ 

    ସମ୍ମାନ ଓ ପୂଜାର 

        ପ୍ରକୃତ ଯେ ପ୍ରଭୁ 

            ନିନ୍ଦା ଯେ ଯ

ାହାର "


ବନ୍ଧୁର ବାଧକ 

    କପଟତା ଥିଲେ 

        ଅଲାଯୁକ କିଏ 

           ଜାଣି ଅଜଣା ହେଲେ "


ସର୍ବ ଗିଳା କିଏ 

   କୋଠ ଟଙ୍କା ଖାଏ 

       ବେଇମାନି କିଏ 

           ମିଛ କହିଥାଏ "


ସ୍ମୁତି ଶକ୍ତି ନାହିଁ 

    ଧ୍ୟାନ ଯାର ନାହିଁ 

        ମନ ଆଧ୍ୟାତ୍ମିକ 

            ହୃଦ ସଫା ନାହିଁ "


ବିଶ୍ୱାସ ଯେ ବଢେ 

     ଇଷ୍ଟକୁ ଡାକିଲେ 

         ଆଧ୍ୟାତ୍ମିକ ଶକ୍ତି 

            ହୃଦୟେ ପୂଜିଲେ "


ହସ, ଦୁଃଖ, କାନ୍ଦ 

    ଇଷ୍ଟ ଦେଇଥାଏ 

       ଅହଂ ଭାବ ଦୂର 

           ସୁକର୍ମ ଯେ ଦିଏ "


ଶରୀର ନିରୋଗ 

    ବ୍ୟାୟାମ କରିଲେ 

       ରୋଗ ପ୍ରତିରୋଧ 

            ଖାଦ୍ୟ ଯେ ଖାଇଲେ "


ମନ ପ୍ରାଣ ଶୁଦ୍ଧ 

    ପ୍ରାଣାୟାମ ଦ୍ୱାରା 

       ଆତ୍ମ ଜ୍ଞାନ ପ୍ରାପ୍ତ 

            ଯୋଗଭ୍ୟାସ ଦ୍ୱାରା "


ଜୀବନର ସୁଖ 

   ମାରମାତ୍ମା ସୁଖ 

       ଜୀବନର ଫଳ 

          ସୁଖ ଓ ଦୁଃଖ "


ତିନୋଟି ଯେ ମୁଳ 

    ସତ୍ୱ, ରଜ, ତମ 

        ତିନୋଟି ଯେ ରସ 

            ଧର୍ମ, ଅର୍ଥ, କାମ "


ଜୀବନର ଶ୍ରେଷ୍ଠ 

   ପିତା ଅଟେ ମାତା 

       ପଶୁଙ୍କର ସେବା 

           ବଡ଼ ଯେ ଗୋମାତା "


ଶ୍ରେଷ୍ଠ ଗୁରୁ କିଏ 

     ଅଟେ ଶିକ୍ଷା ଗୁରୁ 

         ଶ୍ରେଷ୍ଠ କର୍ଣ୍ଣ ଗୁରୁ 

             ମହାମନ୍ତ୍ର ଗୁରୁ "



Rate this content
Log in

Similar oriya poem from Inspirational