ନିଦାଘର ଚର୍ଚ୍ଚା
ନିଦାଘର ଚର୍ଚ୍ଚା
ଆକାଶରୁ ଅଗ୍ନି ବର୍ଷା
ମାଟି ଆଁ ମେଲି ପିଇ ଚାଲିଛି
ଦେହ ଝରଣାରେ ଜୁଡୁବୁଡୁ
ତାଳୁରୁ ତଳିପା ଯାଏଁ
ନିଦାଘର ଚର୍ଚ୍ଚା ଚାରିଆଡେ ।
ଶାଖାମୃଗମାନେ ଲୁଚିଛନ୍ତି ପତ୍ର ଉହାଡରେ
କଦବା କ୍ଵଚିତ୍ ବିହଙ୍ଗ କରେ ଅବଲୋକନ
ମହମହ ବାସେ ଆମ୍ବ ପଣସ
ଖରା ଜାଳିଦେବ ଚମଡା ଏ ବରଷ ।
ତଥାପି ଥକିନି ଜୀବନ
ବଞ୍ଚିବା ପାଇଁ ଅହରହ ସଂଘର୍ଷ
ମୁଣ୍ଡରେ ଓଦା ଗାମୁଛା ଭିଡି
ବାପା ବୋହି ଚାଲିଛି ମାଟି
ମାଆ ଗୋଟୋଉଚି ଶୁଖିଲା କାଠ
ଆଉ ପିଲାଟି ପ୍ଲାଷ୍ଟିକ୍ ଏକାଠି କରୁଛି
ବଞ୍ଚିବା ପାଇଁ ନିଇତି ମରୁଛି ।
ଏସି ଚଲେଇ ବନ୍ଦ କୋଠରୀରେ
ଟିଭି ଚଲେଇ ଥଣ୍ଡା ପାନୀୟ ପିଇ
ଓ୍ଵା ହ୍ଵାଟ୍ ଏ ସମର କହି
ମସଗୁଲ ମଡର୍ଣ୍ଣ ସମ୍ଭ୍ରାନ୍ତ
କାଳବୈଶାଖୀ ଘେରେ ବୁଲି ଯାଉଛି
କରିବାକୁ ରୌଦ୍ର ତାପର ଆଂଶିକ ଅନ୍ତ ।।
