STORYMIRROR

Debabrata Mishra

Action Classics Inspirational

3  

Debabrata Mishra

Action Classics Inspirational

ନିଦ ଛାଡ଼ିବାର ବେଳ

ନିଦ ଛାଡ଼ିବାର ବେଳ

1 min
213


ବିୟୋଗ ଅବା ବିଲୋପ କରିବା ପଛେ

ଆରାମ ନାମକ ସଂଖ୍ଯା ଏ ଜଟିଳ ଜୀବନ ଗଣିତରୁ, 

ବିଶ୍ରାମ ଆଉ ନାହିଁ ଆସ ସଭିଏଁ ଏଥର 

ସୂର୍ଯ୍ୟ ଦେବତାଙ୍କୁ ନିଦରୁ ଉଠାଇ

ବିନମ୍ର ପ୍ରଣାମ କରି କହିବା ଶୁଭ ସକାଳ

ଶୁଣ, ଏ କାଳ ନିଦ ଛାଡ଼ିବାର ବେଳ, 


ଅନେକ ଯନ୍ତ୍ର ଆମକୁ ମନ୍ତ୍ର କରିଲାଣି

ଆମ ଜୀବନ ନିୟନ୍ତ୍ରଣ ତତ୍ତ୍ବ ସେ ଦମ୍ଭେ ଧରିଲାଣି

ଆସ ଦାସ ସଜାଇବା ନିଜ ଇଛାକୁ

ପୋଷା ମନାଇବା ଯନ୍ତ୍ରରେ ଅଭ୍ୟସ୍ତ ମନକୁ, 

ପ୍ରତି ଘରେ ଭିନ୍ନଭିନ୍ନ ଯନ୍ତ୍ର ଉପାଦାନ ଦିଶେ ମାଳମାଳ

ଶୁଣ, ଏ ସମୟ ନିଦ ଛାଡ଼ିବାର ବେଳ, 


ଧିରେଧିରେ ବିଚ୍ୟୁତ କରିବା ନିଜକୁ

ସେ ବିଶ୍ୱକୁ ରଖିଥିବା ଅର୍ଥ ନେଇ ଅନର୍ଥକ ଯନ୍ତ୍ରଠାରୁ

ଆସ ପୁଣି ମଶିଣାରେ ବସି ରାତି ଆକାଶ ଦେଖିବା

ଟିକିଟିକି ଚିକମିକ୍ ତାରା ମେଳେ ଜହ୍ନର ଜ୍ୟୋସ୍ନା

ପାଇବା ଜୀବନର ପ୍ରକୃତ ବାସ୍ନା ସଙ୍ଗେ ରଖି ପରିବାର ମେଳ

ଶୁଣ, ଏ କ୍ଷଣ ନିଦ ଛାଡ଼ିବାର ବେଳ, 


ସମ୍ପର୍କର ଅଗଣାରେ ପୁଣିଥରେ ଜମାଇବା ଆସର

ସହରୀ ସଭ୍ୟତାର ଲୋଭ ପ୍ରାଣଘାତକ ସାଜଇ

ଗ୍ରାମ ଜୀବନ ଧିରେଧିରେ ନଷ୍ଟଭ୍ରଷ୍ଟ ହୁଅଇ

ଆସ ପୁନର୍ବାର ଗାଁ କୁ ଫେରିବା ମାଟିକୁ ଛୁଇଁବା

କୁଟିଳତା ମରି ଜନ୍ମନେଉ ପୁଣି ସରଳ ମଣିଷର କୋଳାହଳ

ଶୁଣ, ଏ ମୁହୂର୍ତ୍ତ ନିଦ ଛାଡ଼ିବାର ବେଳ। 




Rate this content
Log in

Similar oriya poem from Action