Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ନିବିଡ ବନ୍ଧୁତା ସମ୍ପର୍କର ଛିଟା

ନିବିଡ ବନ୍ଧୁତା ସମ୍ପର୍କର ଛିଟା

1 min
14.1K


ନିବିଡ଼ ସମ୍ପର୍କ କରେନା ବିତର୍କ

ବନ୍ଧୁତାର ନିଦର୍ଶନ

ବନ୍ଧୁ ମୋର ହସେ ସରାଗରେ ସତେ

ବିମୋହିତ ମନ ପ୍ରାଣ ।

ବନ୍ଧୁ ମାନେନାହିଁ ଜାତି କି ଅଜାତି

ଧନୀ ଗରିବର ଭେଦ

ବନ୍ଧୁର ହୃଦୟ ଗଙ୍ଗାଠୁ ନିର୍ମଳ

ଶୁଭଦୃଷ୍ଟି ଆଶୀର୍ବାଦ ।

ଜୀବନ ପଥରେ ବନ୍ଧୁ ମଧ୍ୟ ଚାଲେ

ଭୂମିକା ନିର୍ବାହ କରି

ବିପଦ ଆପଦେ ବନ୍ଧୁ ଧାଇଁ ଆସେ

ସମ୍ପର୍କର ଖିଅ ଧରି ।

ପ୍ରକୃତ ବନ୍ଧୁର ଏଇ ପରିଚୟ

ରାଜ ଦ୍ୱାରେ ଶମସାନେ

ଉତ୍ସବ ବ୍ୟତ୍ସନେ ରହେ ଉପସ୍ଥିତ

କୋଟି ଜନମନ ଜିଣେ ।

ଦେଇ ଆଶ୍ଵସନା ପୋଛି ଦିଏ ଲୁହ

ସଙ୍କଟରେ ଥିଲେ ବନ୍ଧୁ

ବନ୍ଧୁ ଏକା ବୁଝେ ଦରଦୀ ହୃଦୟେ

ନୟନୁ ନିଗାଡ଼ି ବିନ୍ଦୁ ।

ଶୁଭ ଅବସରେ ବନ୍ଧୁତା ପରଶେ

କରୁଛି ମୁଁ ନିବେଦନ

ଆହେ ବନ୍ଧୁଗଣ ରଖ ବନ୍ଧୁପଣ

ମନରେ ନରଖି ଆନ ।

ମଧୁର ସମ୍ପର୍କ ଗଢିବ କୋଣାର୍କ

ସ୍ମୃତି ଦୀପ୍ତିମୟ ହୋଇ

ଉଦ୍ଭାସିତ ହେବ ଏସାରା ବିଶ୍ୱରେ

ବନ୍ଧୁତା'ର ଗାଥା ଗାଇ ।

ବିଶ୍ୱସମୁଦାୟ ଏକ ପରିବାର

ବନ୍ଧୁତା'ତ ସେତୁ ବନ୍ଧ

ସେତୁବନ୍ଧେ ଚାଲ ଧରି ସର୍ବେ ହସ୍ତ

କାନ୍ଧକୁ ମିଳାଇ କାନ୍ଧ ।

ନିବିଡ଼ ବନ୍ଧୁତା ସମ୍ପର୍କର ଛିଟା

ସାତ ରଙ୍ଗ ବୋଳି ଦିଏ

ଏ ରଙ୍ଗ ନିଆରା ଏ ଭାବ ନିଆରା

ହୃଦୟକୁ ଛୁଇଁ ଦିଏ ।

ସଦାନନ୍ଦ ସାହୁ ; ଧୁରୁଷୀଆ ; ଆଠଗଡ ; କଟକ


Rate this content
Log in

Similar oriya poem from Inspirational