ନିବେଦନ ଜଙ୍ଗଲର
ନିବେଦନ ଜଙ୍ଗଲର
ନିର୍ମଳ ,ନିଷ୍କପଟ ନିୟତିର ,
ନିରାଲା ସୃଷ୍ଟି ମୁହିଁ ,
ନିରାକାର ନିୟତ ବହଇ ,
ମୋରି ପାଇଁ ।
ତୁମେ ତ ନିଷ୍ଠୁର ,ନିର୍ଦ୍ଦୟ ମାନବଜାତି ,
ନିଶ୍ଚିହ୍ନ କରୁଛ ମୋତେ ,,,,,
ନ ଭାବି ଭବିଷ୍ୟ ର ପରିଣତି ।
ନିୟମ କରୁଛ ପରିବେଶ ଦିବସେ ,
ନିହାତି କରିବ ବୃକ୍ଷରୋପଣ ,
କେବେ ବି ନ ରଖୁଛ ତୁମର ପ୍ରତିଶୃତି ।
ନିର୍ମାଣ କରୁଛ କଳକାରଖାନା ,
ଜାଣି ବି ପାରୁନ ତା ଛଳରେ ,
ନିଲାମ କରୁଛ ନିଜ ନିଶ୍ବାସ ତୁମରି ,,
ନିର୍ଲ୍ଲଜ ମାନବ ,ନିରାଶ୍ରୟ କରୁଛ
ନିରୀହ ପଶୁପକ୍ଷୀଙ୍କୁ ,
ନିଃସଙ୍ଗ , ନିହତ କରୁଛ ସେମାନଙ୍କୁ ।
ନିନ୍ଦନୀୟ ଏ କର୍ମ ତୁମର ,
ନିରାଶ କରୁଛି ଜଗତମାତାକୁ ,
ନିର୍ଭର କରୁଛ ତୁମେ ଆମୋଦତା ଉପରେ
ନିୟନ୍ତ୍ରିତ ହେଉଛ ଯନ୍ତ୍ର ଆଧାରରେ ।
ନିର୍ବୋଧ ମାନବ ନିବୃତ୍ତ ହୁଅ ବୃକ୍ଷନାଶରୁ ,,
ନଚେତ୍ ନିଅଣ୍ଟ ପଡିବ ଅମ୍ଳଜାନ ତୁମକୁ ।
ସତ୍କର୍ମ ର ନିହାଣ ମୁନରେ ନିପୁଣ କର ନିଜକୁ ,,
ନିତ୍ୟ ନିର୍ମାଣ କର ନୂତନ ଜଙ୍ଗଲ ।
ନିବେଦନ କରି , ନିବାରଣ କର
ବୃକ୍ଷ ଛେଦନକୁ ,
ନିରାଶ ନ କରି ଜଗତମାତାକୁ ,
ନିର୍ଭୟରେ ବିତାଅ ନିଜର ଜୀବନ ।
