Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଲିମନ ଦିଦି

Fantasy Inspirational

4  

ଲିମନ ଦିଦି

Fantasy Inspirational

ନିଆରା ପ୍ରେମ

ନିଆରା ପ୍ରେମ

1 min
182


କେବେ କାହାକୁ ଭଲ ପାଇଛ

ହଁ... ଭଲ ପାଇଥିବ

ତାଜା ଗୋଲାପକୁ, ପାଉଡର୍ ମିଶା ଗାଲକୁ

ଜାଲ ପିନ୍ଧା ଶରୀରକୁ

ସୁଖ ପାଇଥିବ ନା !

ହେଲେ କେବେ ଆନନ୍ଦ ପାଇଛ

ଥରେ ଭଲ ପାଅ ସେ ବିଦଗ୍ଧ ବସନ୍ତକୁ

ଦେଖିବ ! ପଲ୍ଲବୀ ଉଠିବ

ଥରେ ଆଉଁସି ଦିଅ ମଉଳା ଫୁଲକୁ

ଦେଖିବ ! ମହକ ଭରିଦେବ

କେବେ କୋଳେଇ ନିଅନା ହଳଦିଆ ପତ୍ରକୁ

ଦେଖିବ ! ହସି ହସି କଥା କହିବ

ଆପଣାର କରିନିଅ ମଲାଟ ନଥିବା ବହିକୁ

ଦେଖିବ ! ଅଗାଧ ଜ୍ଞାନ ଦେବ

ତା'ପରେ ଛାତିରେ ହାତ ରଖି ପଚାର ନିଜକୁ

ଦେଖିବ ! ଆଖିରେ ଆପେ ଲୁହ ଆସିବ

ସେହି ନିଆରା ପ୍ରେମର ଇଚ୍ଛା କର ବଞ୍ଚିବାକୁ

ଦେଖିବ ! ଐଶ୍ୱରୀୟ ଆନନ୍ଦ ମିଳିବ ।

                     


Rate this content
Log in