STORYMIRROR

Ajaya kumar Jena

Abstract

4  

Ajaya kumar Jena

Abstract

ନିଆରା ଜନ୍ମଦିନ

ନିଆରା ଜନ୍ମଦିନ

1 min
217


ଏବେ ଏବେ ଅତୀତ କୋଳରେ ଲୀନ

ମୋ ଜୀବନରେ ଅତିକ୍ରାନ୍ତ 

ପ୍ରଥମରୁ ପଞ୍ଚବିଂଶ ପାହାଚ,

ଶିଉଳି ତ' ଅନେକ ଥିଲା ଜୀବନ ବାଟରେ

ହେଲେ ସଫଳ ହେବାର ପାଦେ ଉତ୍ସୁକତା

ଷଡ଼ବିଂଶ ପାହାଚରେ ସାଜିଛି ଦୃଢ଼ ମନୋବଳ।


ଜୀବନର ପାହାଚ ଯେତେ ମିଶୁ ମିଶୁ

ମୋ ଅଲକ୍ଷ୍ୟରେ ଫେଡ଼ି ହୋଇଯାଇଛି ପଚିଶ ବର୍ଷ,

ଅତିକ୍ରାନ୍ତ ବୟସ ଦେହେ 

ଦେଖିଛି ଉଜୁଡା ଜୀବନ,

ସେ ଜୀବନରେ ଦଦରା ସ୍ୱପ୍ନ

ଆଉ ବହଳ ବହଳ ଦୁଃଖମାନଙ୍କର କୋଳାହଳ,

ତଥାପି ତ' ପାଇଛି ପଚିଶ ଅଭିନନ୍ଦନ-ଶୁଭେଚ୍ଛା।


ଆଗକୁ ଦୁଇପାଦ ବଢ଼ିବା ପାଇଁ 

ପାଇଛି ଅନେକ ପ୍ରେରଣା,

ଦୁଃଖକୁ ଉପଭୋଗ କରି

ପାଇଛି ଷଡ଼ବିଂଶ ସୁଖର ସାମ୍ରାଜ୍ୟ

ଯେଉଁଠି ଅଛି ପ୍ରେମର ଆଶ୍ୱାସନା,

ଦୁଇ ଓଳି ପେଟ ପୁରିବାର ଇସ୍ତାହାର,

ଆଉ ହସରେ ଜୀଇଁବାର ସାଲସା।


ସେଥିପାଇଁ ତ',

ସଫଳତାର ନାଉଡ଼ଙ୍କ ମାନେ

ମୁଣ୍ଡ ଟେକି ମୋ ଚାଳରେ ଠିଆ,

ଗୋଛା ଗୋଛା ଫୁଲରେ 

ଆସିଛି ନିଆରା ଜନ୍ମଦିନ,

ଯେଉଁଠି ଭାସୁଛି ଅଭିନନ୍ଦନର ସୁଅ

ଅତୀତର ସ୍ମୃତିକୁ ରୋମାନ୍ଥନ କରି।



Rate this content
Log in

Similar oriya poem from Abstract