STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ନିଆଁ

ନିଆଁ

1 min
217

କୁଳ ଭାସିଯିବ ଭୁଅଶୁଣି ଲୋ

କୁଳ ରେ ନ ଲଗା ନିଆଁ

କୁଳ କୁଟୁମ୍ବକୁ ନିନ୍ଦା ଆସିବ

ଭେଦ ପଡିଯିବ ଛୁଆଁ


ବ୍ୟଙ୍ଗ କବିତାର ପୃଷ୍ଟ ଦୃସ୍ୟେ

ଶବ୍ଦରେ ହେବୁ ଖଞ୍ଜା

ନାକରେ ଆଙ୍ଗୁଠି ଦେଇ ଲୋ ହସିବେ

ଗଳିକନ୍ଦି ପୁଞ୍ଜା ପୁଞ୍ଜା


ଅଧା ଦେଖା ସ୍ଥାନ ଆଖି ପଡୁଥିବ

ଲୋମ ଶୂନ୍ୟ ଜାନୁ ଦ୍ୱୟ

ଲାଲସିଆ ହୋଇ ଜଗିଛି କାମୁକ

ତୋର ବି ନାହିଁ ଭୟ


ଆଗରୁ ଫଟା ପଛରୁ ଫଟା

ସର୍ବାଙ୍ଗ ତୋର ଫଟା

ଫାଟ ରେ କାମନା ଲୁଚି ରହିଛି ତୋ

ନିଶ୍ଚୟ ପଡ଼ିବୁ ବଣ୍ଟା


ଓଢଣୀ ନାହିଁ ତୋ କୁମ୍ବ -ବାହୁ ଦ୍ୱୟେ

ଟାଣେ କନ୍ଦର୍ପ ତୋ ଶୋଭା

ପୁଣି ଟାଣିନେବ ଝିଙ୍କି ଫୋପାଡିବ

ସଜଡ଼ା ତୋ ଫୁଲ ଗୋଭା


ସଜାଡ୍ ସଜାଡ୍ ନିଜକୁ ସଜାଡ୍

ଅସଜଡ଼ା ହେଉଛୁ କିଆଁ

ପୁଣି ତୋ ଇଜ୍ଜତ ଲୁଟି ମାରିଦେଇ

ପେଟଲ୍ ଢାଳି ଦେବେ ନିଆଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract