STORYMIRROR

Narayan chandra Senapati

Romance

2  

Narayan chandra Senapati

Romance

ନିଅ ହେ ହୃଦୟ

ନିଅ ହେ ହୃଦୟ

1 min
2.7K

ପ୍ରୀତି ଫରୁଆରୁ ପ୍ରୀତି ଟିକେ ଆଣି

ପ୍ରୀତି ଯେବେ ଚାହେଁ ଧୀରେ

ପ୍ରିୟର ଓଠର ମଧୁ ହସ ଦେଖି

ପ୍ରୀତି ବୁନ୍ଦା ବୁନ୍ଦା ଝରେ।


ପ୍ରିୟ ଯେବେ ଚାହେଁ ପ୍ରିୟାର ଆଖିକୁ

ଲାଜ କହେ ତାକୁ କଥା

ସେ କଥାରେ ଲେଖେ ପ୍ରେମର କାହାଣୀ

ମନୁ କାଢି ସବୁ ବ୍ୟଥା।


ନଦୀ ପୁଷ୍କରିଣୀ ଉଦ୍ୟାନ ପ୍ରାନ୍ତର

ସବୁଠି ତାଙ୍କ ମିଳନ

ଈର୍ଷାରେ ଜଳନ୍ତି ତାଙ୍କ ପ୍ରେମ ଦେଖି

ବରଷା ଆଉ ପବନ।


ଜଣେ ଅପରକୁ ଦଣ୍ଡେ ନ ଦେଖିଲେ

ସାଜନ୍ତି ପ୍ରେମ ପାଗଳ

ମନ ସଦା କହେ ମନେ ମିଶିବାକୁ

ନ ମାନି ସେ ଥଳକୂଳ।


ପ୍ରୀତି ସିନା ଥିଲା ଅମୀର ଦୁହିତା

ପ୍ରିୟ ଥିଲା ଦୀନହୀନ

ବୁଦ୍ଧି ଓ ବିଦ୍ୟାରେ ଦକ୍ଷ ଥିଲା ପ୍ରିୟ

ପ୍ରୀତିର ହୃଦ ସ୍ପନ୍ଦନ।


ଦୁହିଁଙ୍କ ପ୍ରେମର କବିତା ଯେବେବି

ଶୁଣିଲା ପ୍ରୀତିର ପିତା

ପ୍ରିୟ ପିଠିରେ ସେ ଗଡ଼ିଆ ଖୋଳିଲା

କଲା କେତେ ହଟହଟା।


ଧମକ ଚମକ ଅର୍ଥ ଶୁନ୍ୟ ହେଲା

ଆତ୍ମା ଦୁଇ ହେଲେ ସାଥି

ଅନ୍ତରଙ୍ଗ ମାତ୍ରା କେତେ ବଢିଗଲା

ନ ମାନିଲେ ଦିନରାତି।


ପିତାଙ୍କ ଯୋଜନା ଥିଲା ଯିବ ପ୍ରୀତି

ପାଠ ପଢି ଆମେରିକା

ପ୍ରିୟର ଶ୍ରୁତିକୁ ଶୁଭିଲା ସେ କଥା

ଲାଗିଲା ଶକତ ଧକ୍କା।


ସେଦିନ ସନ୍ଧ୍ୟାର ମନ୍ଦିର ପ୍ରାଙ୍ଗଣେ

ଦୁହିଁଙ୍କ କ୍ରନ୍ଦନ ଦେଖି

ଧରିତ୍ରୀ କାନ୍ଦିଲା ଆକାଶ ଥରିଲା 

ଚାହିଁ ଲୁହ ଭରା ଆଖି।


ପ୍ରୀତି କହେ ପ୍ରିୟ କେମିତି ବଞ୍ଚିବି

ତୁମକୁ ଛାଡି ହେ କୁହ

ତୁମ ବିନା ପ୍ରିୟା ବଞ୍ଚି ପାରିବିନି

ଅର୍ପଣ କଲି ହୃଦୟ।


ଭୁଲିବନି ପ୍ରୀତି ଦୂରଦେଶେ ରହି

ତୁମ ଏ ପ୍ରିୟ ପ୍ରିୟକୁ

ନିଅ ମୋ ହୃଦୟ ରଖିବ ଯତନେ

ସାଥିରେ ସାତ ଜନ୍ମକୁ।


ଫାଟିଗଲା ମାଟି ଛିଡିଲା ଆକାଶ

କଂପିଲା ଏହି ମେଦିନୀ

ବିରହ ଯନ୍ତ୍ରଣା ଭୂଗୋଳ ମାପିଲା

 ହୃଦ ଆତ୍ମା ମନ ଟାଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance