Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ନହଜୁ ନିଜ ଠିକଣା

ନହଜୁ ନିଜ ଠିକଣା

1 min
278



ପ୍ରବଳ ପଶ୍ଚିମା   ବହେ ଖରତର

   ନିଶା ଡାକେ ସାଇଁ ସାଇଁ

ଘୋର ଅରଣ୍ୟରେ ନିରୀମାଖି ଏକା

     କାନ୍ଦୁଅଛି ତଅପୋଇ ।


ହଜିଯାଇଅଛି ତା   ନିଜ ଠିକଣା

      ଗେଲବସରର ଦିନ

ଆହା ବୋଲି କେହି  କହିବାକୁ ନାହିଁ

    ବିଚାରୀ ସେ ଭଙ୍ଗାମନ ।


ତା ରୁପା କୁଲେଇ  ସୁନାରୂପା ଚାନ୍ଦ

    ମିଠା ମିଠା ଚୂନା ସ୍ୱପ୍ନ

ହଜିଗଲା କେଉଁ  ଅଜଣା ଦ୍ୱିପରେ

   ଦୁଃଖେ କଟେ ଆଜ ଦିନ ।


ତା ପାନ ପଟୁଆ  ଗୁଆ ଖିଲିକାତି

    ସାତଭାଇ ସୈ।ଦାଗର

ଫେରିକି ଆସିବ   ତା ସୁଖ ସୁଦିନ

     ଉଜ୍ଜ୍ୱଳିବ ପୂର୍ବାଚଳ ।


ସ୍ୱାର୍ଥ ଦାବାନଳ  ଜଳେ ଦାଉ ଦାଉ

   ରାଇଜ ମୋ କଳା ଧୂଆଁ

ସଜାଡ଼ି ଦିଅ ମୋ  ଉଜୁଡିବା ଘର

  ନହେଉ କେ ବାଟବଣା ।


ଜୟ ଜଗନ୍ନାଥ   କାଳିଆ ସାଆନ୍ତ

    ଦିଅ ଶୁଭ ସଦବୁଦ୍ଧି

ନହଜୁ ଠିକଣା   ଆତ୍ମ ପରିଚୟ

   ସ°ସାର ନିଜ ସମ୍ବନ୍ଧୀ ।

   


Rate this content
Log in

Similar oriya poem from Tragedy