STORYMIRROR

sasmita tripathy

Abstract

4  

sasmita tripathy

Abstract

ନଦୀ

ନଦୀ

1 min
593


ମହୀଧର କନ୍ୟା ତୁମେ ଗୋ ଅନନ୍ୟା

କେହି ନୁହଁ ତୁମ ସରି

ତୁମରି ସ୍ପର୍ଶ ରେ ତୃଷାତୁର ପ୍ରାଣ

ତୃପ୍ତି ରେ ଯାଏ ଭରି


ମାନବ ସଭ୍ୟତା ଗଢିଉଠି ଥିଲା

ପ୍ରଥମେ ତୁମରି କୋଳେ

ଅବାରିତ ଗତି କୁଳୁକୁଳୁ ନାଦ 

ସଙ୍ଗୀତ ମୂର୍ଚ୍ଛନା ତୋଳେ


ଶୋଭାମୟୀ ତୁମେ ବିଧାତା ଙ୍କ ସୃଷ୍ଟି

ଅମୃତଦାୟୀ କଲ୍ୟାଣୀ

ପ୍ରାଣୀ ଜନ ମନ କର ଅଭିଭୂତ

ହୃଦୟ କୁ ନିଅ ଟାଣି


ଶୁଷ୍କ ତୃଣ ଯେ ହସି ଉଠି ପାରେ

ସୁନ୍ଦର ଶ୍ୟାମଳ ଅଙ୍ଗେ

ନିଷ୍ପ୍ରାଣ ବନାନୀ ସରସ ହରଷ

ହୁଏ ତୁମ ପ୍ରେମ ରଙ୍ଗେ 


ପ୍ରିୟମାଣା ତୁମେ ପାରାବାର ପ୍ରିୟା

ସର୍ବଦା ଚଳ ଚଞ୍ଚଳ

କେତେ ଗିରି ବନ ବନ୍ଧୁର କୁ ଭେଦି

ସାଗରେ ହୁଅ ବିଲୀନ


ଧରଣୀ ବାସୀ ଙ୍କ ପାଇଁ ମାତୃ ରୂପା

ପୀୟୂଷ ତୁମ ସଲିଳ

ତୁମ ଅଭିମାନେ ହାଅନ୍ନ ଚିତ୍କାର

ଶୁଭେ ମରୁଡି କରାଳ


ତଟିନୀ ସରିତ ନିମ୍ନଗା ଏମିତି 

କେତେ ଯେ ନାମ ତୁମର

ଗଙ୍ଗା ଗୋଦାବରୀ ଯମୁନା ରୂପ ରେ

ପୂଣ୍ୟ ବାଣ୍ଟ ଯେ ଅପାର


ବାଣିଜ୍ୟ ର ତରୀ ମେଲାଇ ସାଧବ

ଯାଉଥିଲେ ଦୂର ଦେଶେ

ଧନରତ୍ନ ଧରି ଫେରି ଆସୁ ଥିଲେ 

ସାଧବାଣୀ ଙ୍କର ପାଶେ


ଆମରି ସଂସ୍କୃତି ଆମ ପରମ୍ପରା

ଆମରି ଗୌରବ ଗାଥା

ଯମୁନା କୂଳ ରେ ରାଧା କୃଷ୍ଣ ପ୍ରେମ

ମରମ ବେଦନା ବ୍ୟଥା


କେବେ ସୁଶୀତଳ ସିକ୍ତ ଶାନ୍ତ ରୂପ

ଶୋଭା ପୁଣି କମନୀୟ

କେବେ ଭୟଙ୍କରୀ ଉଗ୍ର ରୂପ ଧରି

ଲୀଳା ରଚ ଦମନୀୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract