ନଦୀ ପରି ନାରୀ
ନଦୀ ପରି ନାରୀ
ଫରକ ଏତିକି ଯେ
ନଦୀ ବୋହିଥାଏ
ନାରୀ ସହିଥାଏ
ଅଥଚ ଦୁହେଁ ସମାନ
ସେବାରେ
ଦେବାରେ
ସହିବାରେ
କର୍ତ୍ତବ୍ୟନିଷ୍ଠ ଅବିରତ
ନଦୀ ବି ନାରୀ ବି ।
ନଦୀ ବୈଷ୍ଣବୀ ରୂପର
ହେଲେ ନାରୀ
ସ୍ନେହମୟୀ ମା'
ପ୍ରେମମୟୀ ପତ୍ନୀ
ସେବାରେ ଦାସୀ
ସହନରେ ଧରିତ୍ରୀ
ରାଧା, ମୀରା, ସିତା, ସାବିତ୍ରୀଙ୍କ ପରି
କର୍ମର, ଧର୍ମର, ମର୍ମର
ଆକାର ତ ଥାଏ
ଉଭୟ ନଦୀର ନାରୀର
ଅଥଚ ଦୁହେଁ ଅପାର !!
