Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Classics Inspirational

3  

Kishore Nayak

Classics Inspirational

ନଦୀ ଓ ପ୍ରକୃତି

ନଦୀ ଓ ପ୍ରକୃତି

1 min
139



ନଦୀ ଏକ ସ୍ୱତଃ ଜଳଧାରା 

ମାନବ ସଭ୍ୟତାର ଜନ୍ମଦାତ୍ରୀ ହେଉଛି ଏଇ ନଦୀ 

ଯେପରି ନୀଳ ନଦୀର ଇଜିପ୍ଟ ସଭ୍ୟତା 

ସିନ୍ଧୁ ନଦୀର ହରପ୍ପା ଓ ମହେଞ୍ଜୋଦାରୋ ଠାରେ ଭାରତୀୟ ବ୍ରୋଞ୍ଚ ସଭ୍ୟତା 

ଆଉ ହୋୟାଂହୋ ନଦୀର ଚୀନ ସଭ୍ୟତା 

ପୁଣି ଟାଇଗ୍ରିସ୍ ଆଉ ୟୁଫ୍ରେଟିସ୍ ନଦୀର ଅବବାହିକାରେ ମେସୋପଟାମିଆ ସଭ୍ୟତା 

ସମୟ ପଥରେ ସବୁକିଛି ଆଜି ବିଲୁପ୍ତ 

ତେଣୁ ନଦୀ ହେଉଛି ଏକ ସଭ୍ୟତାର ମାପକାଠି 

ଆଉ ସମଗ୍ର ମାନବଜାତି ତଥା ଏ ଜୀବ ଜଗତର ଉତ୍ପତ୍ତି ସ୍ଥଳ 

ନଦୀକୁ ବାଦ୍ ଦେଇ ଏଇ ମାନବ ଜାତିର ଇତିହାସ କେବେ ଲେଖାଯାଇପାରେନା 

କାରଣ 

ନଦୀ ଏକ ଶବ୍ଦ ନୁହେଁ ଏକ ଆବେଗ ଏକ ଅବିସ୍ମର ଇତିହାସ 

ପ୍ରକୃତିର ବନ୍ଧୁର ଶଯ୍ୟାରେ ଦୁର୍ବାର ପଥକୁ ଅତିକ୍ରମ କରି 

ସେ ସୃଷ୍ଟି କରିଛି ତା'ର ପରିଚୟ 

ବଣ ପାହାଡର ଶୋଭା ମଣ୍ଡନ କରୁଥିବା ଏଇ ନଦୀ ପ୍ରକୃତିର ଏକ ବିସ୍ମୟ ପରିକଳ୍ପନା 

ଜୀବଜଗତ ତଥା ସମଗ୍ର ମାନବଜାତିର ଜୀବନରେଖା ହେଉଛି ଏଇ ନଦୀ 

ଫଳତଃ, ଅସନ୍ତୁଳିତ ଶିଳ୍ପାୟନର ପରିଣାମ ସ୍ୱରୂପ ନଦୀ ଆଜି ବିଷାକ୍ତ ଆଉ ଗତିହୀନ 

ଜୀବନ ଜୀବିକାର ଏଇ ଅମୂଲ୍ୟ ସମ୍ପଦ ଆଜି ସଙ୍କଟର ଦ୍ୱାରଦେଶରେ 

ମଣିଷର ଉଦାସୀନତା ଆଉ ତା'ର ଅବିବେକିତା 

ଆଜି ନଦୀର ଅସ୍ତିତ୍ବକୁ ବିପନ୍ନ କରିତୋଳିଛି

ଆଉ ଏହାର ପରିଣାମ ସ୍ୱରୂପ ନଦୀ ଆଜି ନର୍ଦମାର ରୂପ ଧାରଣ କରିଛି

କୁଢ଼ କୁଢ଼ ବର୍ଯ୍ୟବସ୍ତୁର ଭିଡ଼ ଭିତରେ ନଦୀ ଆଜି ପଚାରୁଛି ମଣିଷକୁ

ହେ ମଣିଷ ମୋ ବିନା ତୋର ଅସ୍ତିତ୍ୱ କେଉଁଠି? 



Rate this content
Log in