ନବଯୌବନ ଦିବ୍ଯ ଦର୍ଶନ
ନବଯୌବନ ଦିବ୍ଯ ଦର୍ଶନ
ଚକା ବଇଠିକି ଚାହାଁରେ ମାନସ
ଚକା ବଇଠିକି ଚାହାଁ ।
ନବ ଯଉବନ ବେଶେ ଦରଶନ
ଦେଉଛନ୍ତି ଚଉବାହା ।୧।
ଅଣସରୁ ଆସି ଚକାବଇଠିରେ
ଉଭା ହୋଇଛନ୍ତି ବସି ।
ସ୍ନାନ ଯାତରାରୁ ଫେରି ଆସି ଜ୍ୱରେ
କମ୍ପୁଥିଲେ ବ୍ରହ୍ମରାଶି ।୨।
ଚକଟା ଭୋଗକୁ ପଣା ଭୋଗ ଖାଇ
ରହିଲେ ପନ୍ଦର ଦିନ ।
ପଥିରେ ରହିଲେ ଫୁଲୁରି ତଇଳ
ଶ୍ରାଅଙ୍ଗେ ହେଲା ଲେପନ ।୩।
ରାଜବୈଦ୍ୟ ଦଶମୂଳ ମୋଦକକୁ
ଆଣି ତାଙ୍କୁ ସମର୍ପିଲେ ।
ସୁସ୍ଥ ହୋଇ ପ୍ରଭୁ ଖଳିଲାଗି ହୋଇ
ପୁଣି ଖଡିଲାଗି ହେଲେ ।୪।
ରୂପକାର ରଙ୍ଗ ବୋଳି ଶ୍ରୀଅଙ୍ଗରେ
ନେତ୍ରୋତ୍ସବ ତାଙ୍କ ହେଲା ।
ନବ ଯଉବନ ରୂପ ଝଟ ଝଟ
ହୋଇ ଦେଖ ପ୍ରକାଶିଲା ।୫।
ନବ ଯଉବନେ ଦିବ୍ଯ ଦରଶନ
ଦେଉଛନ୍ତି ଦିଅଁ ମୋର ।
ଚାହିଁ ରହିଅଛି ଏ ବିଶ୍ବ ଭୁବନ
ଦେଖିବ ରୂପ ତାଙ୍କର ।୬।
ଧବଳ ବରନ ବଳୀ ବଳଭଦ୍ର
ସୁଭଦ୍ରା ହଳଦୀମୁହିଁ ।
ତ୍ରିପଣ୍ଡ କଜ୍ବଳ କଳା ଜଗନ୍ନାଥ
ସୁଦୃଶ୍ୟ ଚକ୍ର ଦିଶଇ ।୭।
ମହ ମହ ବାସେ କର୍ପୂର ଚନ୍ଦନ
ତୁଳସୀ ଦୟଣା ବାସ ।
ନବ ଯଉବନ ଦିବ୍ଯ ଦରଶନ
ଦେଉଛନ୍ତି ପୀତବାସ ।୮।
ଉତ୍ସୁକ ହେଲେଣି ଘୋଷଯାତରାରେ
ତାରିବେ ପତିତ ଜନ ।
ଦିବ୍ଯ ଦରଶନ କର ଆଜି, କାଲି
କରିବୁ ରଥେ ଦର୍ଶନ ।୯।
ଏ ବିଶ୍ବ ଭୁବନ ଦିବ୍ଯ ଦରଶନ
କରିବାକୁ ଅଛି ଚାହିଁ ।
ପାତକୀ ପାତକ ନାଶିବେ ମୋ ପ୍ରଭୁ
ପଦ୍ମ ପାଦେ ଆଶ୍ରା ଦେଇ ।୧୦।
