ନବବର୍ଷ
ନବବର୍ଷ


ସ୍ୱ।ଗତ ହେ ନବବର୍ଷ ଦ୍ୱିସହସ୍ର ଏକବିଂଶ
ପଦ୍ମ ପାଦ ପାତ ସୁସ୍ୱ।ଗତ,
ଶୁଭଙ୍କର ହେଉ ତୁମ ଆଗମନୀ ସ୍ଥିତି
ସୁପ୍ରଭାତ ମଙ୍ଗଳ ପ୍ରଭାତ ।
ଭରିଦିଅ ଜଡ଼ ପ୍ରାଣେ ସବୁଜ ଚେତନା
ଜାଗି ଉଠୁ ବିଶ୍ୱ ଜନ ମନ,
ଖେଳିଯାଉ ପ୍ରତି ପ୍ରାଣେ ଉତ୍ସାହ ପୁଲକ
ଫୁଲେ ଫୁଲେ ଫୁଟୁ ସପ୍ତ ରଙ୍ଗ ।
ଉଦ୍ଭାସୁ ନୀଳ ଅମ୍ବରେ ଅରୁଣିମା ଜ୍ୟୋତ୍ସ୍ନା
ମୁକ୍ତ ଛନ୍ଦେ ବିହରନ୍ତୁ ପକ୍ଷୀ,
ବରଷୁ ଅମୃତ ଧାରା ଗିରିଶିରେ ସମତଳେ
ପ୍ରବହନ୍ତୁ ଶତଧାରେ ନଦୀ ।
ନିବାରିତ ହେଉ ରୋଗ ଦୁଃଖ ମହାମାରୀ
ସ୍ୱଚ୍ଛନ୍ଦ ରେ ପ୍ରବହୁ ପ୍ରଶ୍ୱାସ,
ଶ
ାନ୍ତି ମୈତ୍ରୀ ସଦ୍ଭାବନା ଅହିଂସା ନୀତିରେ
ଏ ମଣିଷ ରଖୁ ସୁବିଶ୍ୱ।ସ ।
ପରିବେଶ ହେଉ ସ୍ୱଚ୍ଛ ବିମଳ ବିଶୁଦ୍ଧ
ଆଜୀବିକା ସୁଷମ ସୁଲଭ,
ଦୂର ହେଉ ଗରିବ ର ଅଭାବ କଷଣ
ଏ ବସୁଧା ହେଉ ସ୍ୱକୁଟୁମ୍ବ ।
ବିକଶିତ ହେଉ କଳି ବନ ଉପବନେ
ଫୁଟିଉଠୁ ମୁଖେ ମୁଖେ ହସ,
ନିରାପଦ ହେଉ ଗୃହ କୋଣ ଅନୁକୋଣ
ଫେଡିଦିଅ ପ୍ରବୃତ୍ତି ରାକ୍ଷସ ।
କରୁଅଛୁ ଅଳି ସର୍ବେ ଆମ୍ଭେ ସବିନୟେ
ସମୁଜ୍ଜ୍ୱଳେ ଆସ ନବବର୍ଷ,
ସତ୍ୟ ଶାନ୍ତି ସମନ୍ୱୟେ ମନ ହେଉ ପୁଲକିତ
ପ୍ରାଣେ ପ୍ରାଣେ ଝରୁ ମଧୁ ହର୍ଷ ।
----------+--------