STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ନବ ସଂକଳ୍ପ

ନବ ସଂକଳ୍ପ

1 min
217

ପାରୁଛ ଯଦି ତୁମ ଅନୁତାପର ଜଳସିଞ୍ଚି

ଏ ଜରାଗ୍ରସ୍ତ ଧରଣୀକୁ

ଟିକେ ଶୀତଳତାର ଅନୁଭୂତିଟିଏ ଦିଅ,

ନିଜ କଲାକର୍ମର ଅନୁଶୋଚନାର ଖତ ସାର ଦେଇ

ଉର୍ବର କର ତାର ଶ୍ୟାମଳା ଅଗଣା। 


ପାରୁଛ ଯଦି ତୁମ ନିର୍ଦ୍ଦୟତାର କ୍ଷତଚିହ୍ନ ସବୁ

ଭରିଦିଅ ସୁଧୁରିଯିବାର ପ୍ରତିଜ୍ଞାର ମଲମ ଲଗାଇ

ଆଶ୍ବାସନାର ଶୁଦ୍ଧ ଅମ୍ଳଜାନେ

ଭରିଦିଅ ଫୁସଫୁସକୁ ତାର ଅତି ସଯତ୍ନରେ

ଦେଖିବ ସେ ପୁଣି ହସିବ

ଓ ତୋଳିନେବ ତା କୋଳକୁ ଅତି ସରାଗରେ। 


ପାରୁଛ ଯଦି ପରିଷ୍କାର କରିଦିଅ

ତୁମ କୃତ୍ରିମ ଆବର୍ଜନା ଯେତେ ତା ପ୍ରତିଟି ଅଙ୍ଗରୁ

ଜଳଧାରା ତାର ଯେତେ ଶୁଦ୍ଧ କର

ନିଜ ଦୃଢ଼ ସଂକଳ୍ପର ବିଶୋଧକ ଦେଇ

ଆଉ ଥରେ ସଜାଅ ତା ଉଜୁଡ଼ା କବରୀ

ସବୁଜ ରଙ୍ଗର ପାଟ ପରିଧାନ ଦେଇ। 


ପାରୁଛ ଯଦି ଛାଡିଦିଅ ପ୍ରଗତିର ନିଶା

ତା ଦେହକୁ ସୁସ୍ଥ କରି ତା କୋଳରେ ଶୋଇ ଦେଖ

ଭୁଲିଯିବ ସଂସାରର ଯେତେକ ବେଉସା,

ତା ଭଙ୍ଗା ଘରକୁ ପୁଣି ମରାମତି କରି

ସେଇ ଘରେ ରହି ଥରେ ଦେଖ

ଚନ୍ଦ୍ର ଆଉ ମଙ୍ଗଳକୁ ଭୁଲି

ହଟିଯିବ ଏ ବିଶ୍ୱରୁ ଘୋର ଅମାନିଶା। 


ଆସ ମିଶି ହାତଧରି ନବ ସଂକଳ୍ପରେ

ଧରଣୀକୁ ଭରିଦେବା ତା ନିଜସ୍ୱ ରଙ୍ଗରେ। 


Rate this content
Log in

Similar oriya poem from Abstract