STORYMIRROR

Debadatta Jena

Romance Inspirational

4  

Debadatta Jena

Romance Inspirational

ନବ ପଲ୍ଲଵ

ନବ ପଲ୍ଲଵ

1 min
220

ସମୟର ଭଉଁରୀରେ ଯେତେ ବସନ୍ତ ମହକ,

ସପନର ଏ ଚଉଁରୀରେ କେତେ ବିସ୍ମୃତ ଚମକ,

ଭାବନାର କାଉଁରୀରେ ସେତେ ମଳୟ ପୁଲକ,

ମୃଦୁ ମହ ମୂର୍ଚ୍ଛନାରେ କଅଁଳେ ନୂତନ ପଲ୍ଲଵ..!


ସମୟର ଏ ଆକର୍ଷଣେ ଯେ ମିଠା ମିଠା ଭାବ,

ସର୍ଜନୀର ଏ ସମ୍ମୋହନେ ମନ୍ଦ୍ର ମଧୁର ଆଳାପ,

ଭାବନାର ବିବର୍ତ୍ତନେ ବିଜନର କରୁଣ ବିଳାପ,

ବିଷୁବର ମହୋତ୍ସବ,ସୌରଭ ମହନୀ ଉତ୍ସବ..!


ଆଶାର ଏଇ ବୈଶାଖ ପ୍ରାଣେ ବିଦଗ୍ଧ ବିଳାସ,

ଭରଷା ଉତ୍ଫୁଲ୍ଲ ସ୍ରୋତେ ଯେ ପ୍ରାବଲ୍ୟ ପ୍ରକାଶ,

ଶୀତ,ବସନ୍ତ ସ୍ପର୍ଶେ କେତେ ବିଭୋର ଆତୁର,

ପଲ୍ଲବିତ ଉତ୍ସାହରେ ପୁଣି ମଧୁ ଚନ୍ଦ୍ର ଚକୋର..!


ଓଡ଼ିଆର ନବ ବର୍ଷ ଏଇ, ବସନ୍ତର ଶେଷ ହସ,

ମେଷ,ପଣା,ଝାମୁ ଜାତ,ସାଜେ ପାଟୁଆର ବେଶ,

ମହା ବିଷୁବର କ୍ରାନ୍ତି ଇଏ,ବାର ମାସ,ତେର ଜାତ,

ବିଷୁବ ସଂକ୍ରାନ୍ତି ମେରୁ,ଦଣ୍ଡ,ଘଣ୍ଟ ପାଟୁଆର ନାଚ..!


ଓଡ଼ିଆଣୀ ଝୋଟି ଚିତା, ଠେକି, ବସୁନ୍ଧରା ଝରା,

ଓଡ଼ିଶାର ପରମ୍ପରା,ମାଟି,ପାଣି,ଜୀବନର ଧାରା,

ଏ ଜାତିର ମହନୀରେ,ମହନୀୟ ମହକରେ ଭରା,

ଜୀବନର ପ୍ରବାହରେ ପ୍ରଚଳିତ,ଏ ଗଉରବ ପରା..!


ଗ୍ରୀଷ୍ମ ପ୍ରବାହର ଅବକାଶ, ନବ ପଲ୍ଲଵ ପ୍ରବେଶ,

ଶେଷ ବସନ୍ତ ପ୍ରକାଶ,ଆମ ଓଡ଼ିଆର ନବ ବର୍ଷ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance