Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krushna Priya Mohapatra

Classics Inspirational

4.0  

Krushna Priya Mohapatra

Classics Inspirational

ନବ ଜାଗରଣ

ନବ ଜାଗରଣ

1 min
12.2K


ନବ ଗଭସ୍ତୀର ଲୋହିତ ବରନେ

ଧୀରେ ଧୀରେ ହଟି ଯାଏ ତିମିର।

ପକ୍ଷୀ କାକଳୀରେ ଚଞ୍ଚଳିତ ସର୍ବେ

ପ୍ରସ୍ପୁଟିତ ପୁଷ୍ପ ନବ ଅଙ୍କୁର।


ଧରଣୀ ବୁକୁର ଅମୃତ ସନ୍ତାନ

ସମୁତ୍ଥିତ ହୋଇ କରି ପ୍ରଣାମ

ଆରମ୍ଭିଲେ କର୍ମ ସ୍ଵକ୍ଷେତ୍ରେ ନିମନ୍ତେ

ଯୁବଗଣେ କରି ନିତ୍ୟ ଆହ୍ୱାନ।

         

ଉଷା ଆଗମନେ ମଙ୍ଗଳ ବିଧାନେ

ମନ୍ଦିରେ ହୁଅଇ ନିତ୍ୟ ନିରାଜନା।

ସୁମଙ୍ଗଳ ହେଉ ସାରା ବିଶ୍ୱରେ

ବିଭୁ ପାଦପଦ୍ମେ କରହେ ପ୍ରାର୍ଥନା।


ଦୂର ହେଉ ଯେତେ ଅମା ଅନ୍ଧାର

ରୋଗ ଶୋକ ଆଦି ଯେ ବିପର୍ଯ୍ୟୟ।

 ବିଶ୍ୱରେ ପ୍ରକାଶୁ ସତ୍ୟ ଶାନ୍ତି ନ୍ୟାୟ 

 ସର୍ବ ଜୀବନ ହେଉ ମଧୁମୟ।


ପ୍ରଭାତ ଆଗମେ ଆଶାର କିରଣ

ସଦ୍ଭାବନା ଆଣେ ନବ ଜାଗରଣ

ନୂତନ ଆଲୋକ ସ୍ବପ୍ନର ଝଲକ

ହେଉ ସମସ୍ତଙ୍କ ଜୀବନ ସାର୍ଥକ।


ଯୁବାବର୍ଗଙ୍କର ଜ୍ଞାନ ଆହରଣ

ହୃଦୟରେ ଥାଉ ସତ୍ ଚିନ୍ତନ।

କୋଟିଏ ଜନତା କରିଲେ ନିର୍ଘୋସ

ନବ ଯୁଗର ହୋଇବ ନିର୍ମାଣ।


Rate this content
Log in

Similar oriya poem from Classics