STORYMIRROR

Debadatta Jena

Action Inspirational Thriller

4  

Debadatta Jena

Action Inspirational Thriller

ନାସ୍ତିକ

ନାସ୍ତିକ

1 min
508

ମାନବ ବାଦରୁ ଗଢ଼ା ମୁଁ..

ନଶ୍ୱର ଏ ଶରୀର,

ନର ଦେହେ ନାରାୟଣ, ଏଇ ମୋ ସ୍ୱରୂପ..।

ପୂର୍ଣ୍ଣ ସାକାର ଅସ୍ତିତ୍ୱ ମୋ,

ସୁଖ ସ୍ଵାଚ୍ଛନ୍ଦ୍ୟ ପ୍ରବର,

ଆସ୍ତିକ ମୋ ସର୍ବସତ୍ତ୍ୱ, ମୁଁ ନୁହେଁ ନାସ୍ତିକ..।

ଦେବତ୍ୱରେ ବିଶ୍ୱାସ ମୋ,

ଦୈବୀ ଶକ୍ତିରେ ଅନାସ୍ଥା,

ପାପ ତାପ ବିବର୍ଜିତ ମୁଁ,ଏଇ ମୋ ସ୍ତବକ..।

ନୁହେଁ ମୁଁ ଶ୍ରେଷ୍ଠ କେବେ,

ନୁହେଁ ମୁଁ ଗର୍ବିତ,

ଶ୍ରେଷ୍ଠ କେବେ କହେ ନାହିଁ ନିଜର ଶ୍ରେଷ୍ଠତ୍ବ..।

ଧର୍ମରେ ଧାରଣ ସିନା,

ଅଧର୍ମେ ବିନାଶ,

ଧର୍ମ ଏକା ମାନବତା,ପିନ୍ଧେ ବିଜୟ ମୁକୁଟ..।

ଶ୍ରଦ୍ଧା ଭକ୍ତି ଉପଚାର,

ସ୍ବଧର୍ମ ସାରାଂଶ,

ଭକ୍ତି ବିନା ଉପଲଭ୍ୟ,ସଦା ବିଭକ୍ତ ବୈଭବ..।

ଧର୍ମ କେଉଁ ଶବ୍ଦ ନୁହେଁ,

ନୁହେଁ ପୁଞ୍ଜିର ସର୍ବସ୍ବ,

ଧର୍ମ ଧରଃୟତେ ଇତି ଧର୍ମ,ଏଇତ ଗୌରବ..।

ଆସ୍ତିକରେ ସାର୍ଥକତା,

ନୁହେଁ ସେ ନୈତିକ,

ନୀତି ଶ୍ରେଷ୍ଠ ନୈପୁଣ୍ୟତା, ନୁହଁଇ ଗୈରିକ..।

ବ୍ରହ୍ମ ଜାନୟତେ ଇତି,

ବ୍ରାହ୍ମଣ ପଦବାଚ୍ୟ,

ପିଣ୍ଡ ବ୍ରହ୍ମାଣ୍ଡର ଜ୍ଞାତ, ସାର୍ବଭୌମ ଭୌମତ୍ବ..।

ହିନ୍ଦୁ ଏଠି ସର୍ବସତ୍ତ୍ୱ,

ସର୍ବ ଜନର ହିତାୟ,

ବସୁଧୈ୍ଵ କୁଟୁମ୍ବକମ୍ ପରା ସାରମର୍ମ ତତ୍ତ୍ୱ..।

ସତ୍ୟ ଧର୍ମ, ସତ୍ ମାର୍ଗ,

ପୁଣ୍ୟ ପବିତ୍ର ସେ ଧର୍ମ,

ସାତ୍ଵିକର ସରସତା, ଅନାହତର ଯେ କର୍ମ..।

ସ୍ବଧର୍ମରେ ବଳିୟାନ,

ବିଧର୍ମେ ବିଭ୍ରମ,

ସ୍ବଧର୍ମରେ ଗରୀୟାନ, ଯେ ଆସ୍ତିକ ବାଚକ..।

ହୋଇ ପାରେ ନାସ୍ତିକ ମୁଁ,

ନାହିଁ ଅବଶୋଷ,

ସ୍ବଧର୍ମରେ ମୃତ୍ୟୁ ଶ୍ରେଷ୍ଠ,ପରାଧର୍ମ ଭୟାବହ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action