ନାସ୍ତିକ ର ଭକ୍ତି
ନାସ୍ତିକ ର ଭକ୍ତି
ବାପା ମାଆ ତିନି ପିଲା ଙ୍କୁ ନେଇଣ
ଥିଲା ସୁଖ ର ସଂସାର
ସେହି ଦମ୍ପତି ଙ୍କ ଦୁଇଟି ଦୁହିତା
ଗୋଟିଏ ବୋଲି କୁମର ।
ସେ ଘର ମୁଖିଆ ପିଲା ଙ୍କ ଜନକ
ବହୁତ ବଡ଼ ନାସ୍ତିକ
ଭଗବାନ ଙ୍କୁ ସେ ବିଶ୍ୱାସ କରେନା
ଭକ୍ତି କୁ ଭାବେ ଅଳୀକ ।
ଥର କର କଥା ତିନି ପିଲା ମିଶି
ବାପା ସହ ଗଲେ ମେଳା
ବୁଲୁ ବୁଲୁ କ୍ଳାନ୍ତ ହୋଇ ବଡ ଝିଅ
ଘରକୁ ଯିବା କହିଲା ।
ମାତ୍ର କେହି ରାଜି ନ ହେବାରୁ ନିଜେ
ଘର ବାହୁଡ଼ିଲା ଏକା
ରାତ୍ରି ହୋଇଥିଲା ପୁଣି ଘୋର ବନେ
ମନ ରେ ପଶିଲା ଦକା ।
ଜଙ୍ଗଲ ମଧ୍ୟରେ ଦେଖିଲା ଝିଅ ଟି
ନର ମୁହାଁ ମାଙ୍କଡ଼ କୁ
ଭୟ ପାଇ ଚେତା ବୁଡି ସେ ପଡିଲା
ଯାଇ ନପାରି ଆଗକୁ ।
ଫେରିବା ବାଟ ରେ ଦେଖିଲେ ପିଅର
ଝିଅ ପଡି ଅଛି ତଳ
ଚେତନା କୁ ଆଣି ପଚାରିଲେ ତାକୁ
ତାର କୁଶଳ ମଙ୍ଗଳ ।
ଶତ ଚେଷ୍ଟା କରି କହି ପାରିଲାନି
ଝିଅ ନିଜ ମନ କଥା
କଥା କୁହା ଝିଅ ମୂକ ଯେ ହୋଇଲା
ପିତା ମାତା ମନେ ବ୍ୟଥା ।
ଅନେକ ଡାକ୍ତର ବଇଦ ଦେଖିଲେ
ଚାଲିଲା ଚିକିତ୍ସା ତାର
ଦିନେ ଦୁଇ ଦିନ ମାସ ପରେ ବର୍ଷ
ମିଳିଲାନି ଉପଚାର ।
ପିତା ଙ୍କର ଏକ ବନ୍ଧୁ ଦେଲେ ତାଙ୍କୁ
ମହତ ସେ ଉପଦେଶ
ଶରଣ ରେ ପଶ ମାଆ ଭଗବତୀ
ଭିକ୍ଷା କର ଗୋ ଆଶିଷ ।
ମାତା ପିତା ଦୁହେଁ ପଶିଲେ ଶରଣ
ମାଆ ଭଗବତୀ ପାଶ
କୃପା ବରସିଲା ପାଟି ଫିଟି ଗଲା
ଝିଅ ବୋଲିଲା ହରଷ ।
ସେହି ଦିନ ଠାରୁ ନାସ୍ତିକ ପିତା ଟି
ହୋଇଗଲା ବଡ଼ ଭକ୍ତ
ମାଆ ଭଗବତୀ କରିଲେ ଆଶିଷ
ଦୁଃଖ କଷ୍ଟୁ ହେଲେ ମୁକ୍ତ ।
