STORYMIRROR

Banalaxmi Mohanty

Tragedy

3  

Banalaxmi Mohanty

Tragedy

ନାରୀର ଜୀବନ

ନାରୀର ଜୀବନ

1 min
211


ନାରୀଟିଏ ସଦା ସଳିତା ପରିକା

   ନିଜକୁ ଯେ ଜାଳୁଥାଏ

ନିଜେ ଅନ୍ଧକାରେ ରହିଣ ସଭିଙ୍କୁ

   ଆଲୋକ ଵିତରୁ ଥାଏ।


ସ୍ନେହ ମମତାର ପ୍ରତିମୂର୍ତ୍ତି ହୋଇ

    ସବୁ ଅରଦଳି ସହେ

ସେବା ଓ ଭକତି ପ୍ରଦର୍ଶନ କରି

   ନିର୍ଯ୍ୟାତନା ଯାହା ସହେ।


ବିନା ଅର୍ଥେ ସିଏ ସମ୍ପନ୍ନ କରଇ

   ଗୃହର ସକଳ କାର୍ଯ୍ୟ 

ତଥାପି ପାଏନା ଆଦର ସମ୍ମାନ 

  ନିନ୍ଦା ମିଳିବାଟା ଧାର୍ଯ୍ୟ।


ତ୍ୟାଗ ବଳିଦାନ ଅର୍ଥହୀନ ଏଠି

   ନିଜ ସ୍ଵାର୍ଥ ସର୍ବେ ରତ

ଅକୁହା କଥା ସେ କା ଆଗେ କହିବ 

   ସଂସାର ରୀତି ଏଇତ।



Rate this content
Log in

Similar oriya poem from Tragedy