STORYMIRROR

Prabhati Debnath

Abstract

3  

Prabhati Debnath

Abstract

ନାରୀ

ନାରୀ

1 min
375

ମମତାରେ ଭରା କରୁଣାମୟୀ ସେ

ପ୍ରେମରେ ଅମୃତ ଧାରା

ଭୟଙ୍କର ରୂପ ଧରିଲେ ସେ ଥରେ

ପାଲଟଇ ଉଗ୍ରତାରା ।।

ଭାବ ନେଇ ସଦା ଅଭାବ ଘୁଞ୍ଚାଏ

ତା ସରିବା ଅଛି କିଏ

କଥାରେ କେବେକେ ଭିନ୍ନତା ଆଣିଲେ

ତର୍କରେ ସେ ନ ପଛାଏ ।।

ଶ୍ରଦ୍ଧା ଓ ସମ୍ମାନ ସ୍ନେହ ମମତାରେ

ତା ଠାରୁ ବଳିକେ କାହିଁ

ସେବା ମନୋଭାବ ଅନ୍ୟ ଦୁ଼ଃଖେ ଦୁଃଖୀ

ସେ ପରା କରୁଣାମୟୀ ।।

ସମାଜ ସାହିତ୍ୟ ଶିକ୍ଷା ସଂସ୍କୃତିରେ

ସବୁଠି ଆଗ୍ରହ ମନ

ପାଇଲେ ସୁଯୋଗ ଆଗକୁ ସେ ବଢ଼େ

ପାଏ ମାନ ସନମାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract