STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ନାରୀ

ନାରୀ

1 min
356


ନାରୀଟିଏ ମୁହିଁ ନାରୀଟିଏ

ମୋର ପରି ଅଛ କୁହ କିଏ?୧

ବୟସ ହେବାରୁ ପାଇଥିଲି

ସଂସାର ହାଟରେ ବସିଗଲି।୨

ସ୍ବାମୀ ମୋର ଥିଲେ ଅଫିସର

ସ୍ବାସ୍ଥ୍ଯବାନ ସହିତ ସୁନ୍ଦର।୩

ମୋର ଇଛା ଥିଲା ଏକ ପୁତ୍ର

ସନ୍ତୁଷ୍ଟ ହୋଇବା ହୋଇ ମିତ୍ର।୪

ସ୍ବାମୀଙ୍କ ଦୃଢୋ଼କ୍ତି ଭିନ୍ନ ଥିଲା

ଏକ ଆଖି ଏକ ସାକ୍ଷୀ ଭଲା।୫

ନୁହେଁରେ ନିଜକୁ ମୋଟେ ହିତ

ଅନେକ ସନ୍ତାନ ଦେବା ଜାତ।୬

ଏ ପୁତ୍ର ନ ହେଲେ ଆର ପୁତ୍ର

ସୁଖରେ ରଖିବ ଦେଇ ଭାତ।୭

ସ୍ବାମୀ ଭଗବାନ ମଣିକରି

ତିନି ପୁଅ ଦୁଇ ଝିଅ ମୋରି।୮

ସ୍ବାମୀ ଚାଲିଗଲେ ଆରପୁର

ଛାଡି଼ଦେଇ ହାତ ଏ କୁଟୀର।୯

ସଭିଙ୍କୁ ସମ୍ଭାଳି ବଡ଼ କଲି

ବିବାହ ଓ ବୋହୂ ଆଣିଥିଲି।୧୦

ସଭିଏଁ ଅଲଗା ହୋଇଗଲେ

ଏବେ ମୁଁ କାନ୍ଦୁଛି ଧରି ଗାଲେ।୧୧

ଧିକ ଏ ସଂସାରେ ନାରୀ ଜନ୍ମ

କଣ ମୁଁ ଜଗତେ ହେଲି ଧନ୍ଯ?୧୨

ଏ ପୁଅ କହୁଛି ଖାଇବାକୁ

ସିଏ ପୋଷୁ ନାହିଁ ଏ ମାଆଙ୍କୁ।୧୩

ଏ ତାକୁ ସେ ତାକୁ କହୁଛନ୍ତି

ଭୋକିଲା ଶୋଷିଲା ରଖୁଛନ୍ତି।୧୪

ଧନ୍ଯ ମୁଁ ଜଗତେ ମୋର ପରି

ନ ଭୋଗୁଁ ସମାଜେ କେଉଁ ନାରୀ?୧୫

        


Rate this content
Log in

Similar oriya poem from Abstract