ନାରୀ
ନାରୀ
ଶହନ ଶୀଳତାର ପ୍ରତିମୂର୍ତ୍ତି
ଶୀତଳ ତାରେ ଭରା ଯାର ଛାତି
ସେ ନାରୀ
ସବୁ ଯନ୍ତ୍ରଣା କୁ ସବୁ କୋହକୁ
ନିଭୃତ କଣେ ଚପେଇ ଦେଇ
ଦୁନିଆ ମୁହଁରେ ହସ ଫୁଟେଇ ପାରେ
ସେ ନାରୀ
ଆଖି ଲୁହ ଓଠରେ ସୁଖେଇ
ନିଜ ପେଟରେ ଓଦାକନା ଦେଇ
ମମତା ବାଣ୍ଟୁଥିବା ବାତ୍ସଲ୍ୟ ମୟୀ
ସେ ନାରୀ
ଅନ୍ୟର ଦୁଃଖକୁ ଯିଏ ଆଦରି ନେଇ
ତାର ହୃଦୟ କରୁଣା ର ସିଂନ୍ଧୁ
ମାପି ହେବ ନାହିଁ ତାର ଧର୍ଯ୍ୟ ଵିନ୍ଧୁ
ସେ ନାରୀ
ଯିଏ ପରକୁ ବି ସହଜେ ଆପଣାଇ
ସ୍ନେହ ,ପ୍ରେମର ବାରି ଢାଳି ଦିଏ
ସେ ନାରୀ
